ଦେଶନ୍ୟୁଜ୍ବିଦେଶ

ଯଦି ପରମାଣୁ ଯୁଦ୍ଧ ହୁଏ? ଦୁଇ ମହାଶକ୍ତି ମୁହାଁମୁହିଁ ହେଲେ ଦେଖାଦେବ ମହାସଙ୍କଟ, ଜାଣନ୍ତି ବିଶ୍ୱର କଣ ହେବ?

ସତ୍ୟଶିଖା( ନୂଆଦିଲ୍ଲୀ )୦୨.୦୩.୨୦୨୨ : ଋଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଏବେ ପରମାଣୁ ଆକ୍ରମଣ ପାଇଁ ଋଷ ରାଷ୍ଟ୍ରପତି ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି । ଏପରିକି ପରମାଣୁ ଆକ୍ରମଣ ପାଇଁ ନିୟୋଜିତ ଥିବା ସେନାକୁ ହାଇଆଲର୍ଟରେ ରଖାଯାଇଥିବା କୁହାଯାଉଛି । ଅଥାର୍ତ କେଉଁ ମୁହୂର୍ତ୍ତରେ କିଛି ବି ହୋଇପାରେ । ଠିକ୍ ଯେମିତି ୧୯୪୫ରେ ହିରୋସୀମା ଓ ନାଗାସାକିରେ ହୋଇଥିଲା ।

ଯୁଦ୍ଧ ଭିତରେ ଏକ ଭୟଙ୍କର ବିସ୍ଫୋରଣ ହେବ ଆଉ କିଛି ସେକେଣ୍ଡ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଯିବ । ସାଧାରଣ ଲୋକ କିଛି ବୁଝିବା ପୂର୍ବରୁ ଦେହରୁ ଚମଡା ଜଳି ଯାଇଥିବ ଏବଂ ଚାରିଆଡେ ଧୂଆଁର ଏକ କଳାବାଦଲ ଘେରି ରହିଥିବ । ଆଉ ଏହାର କିଛି ସେକେଣ୍ଡ ମଧ୍ୟରେ ଚାରିଆଡୁ ଶୁଭୁଥିବ ଚିକ୍ରାର । ବିଷ ବଳୟ ଭିତରେ ଯାହାର ବି ଜୀବନ ବଞ୍ଚିଥିବ ସିଏ ସବୁଦିନ ପାଇଁ ଦୃଷ୍ଟି ଶକ୍ତି ହରାଇ ସାରିଥିବ ନଚେତ ସବୁଦିନ ପାଇଁ ଦିବ୍ୟାଙ୍ଗ ହୋଇ ସାରିଥିବ । କିଛି ଏଭଳି ଭୟଙ୍କର ଦୃଶ୍ୟ ୧୯୪୫ ଅଗଷ୍ଟ ମାସରେ ଦେଖିବାକୁ ମିଳିଥିଲା । ଯେତେବେଳେ ଆମେରିକା ଜାପାନର ହିରୋସୀମା ଓ ନାଗାସାକିରେ ପରମାଣୁ ବୋମା ପକାଇଥିଲା । ଆଉ ଏବେ ୟୁକ୍ରେନ୍-ଋଷର ଯୁଦ୍ଧ ଭିତରେ ସେଭଳି ସ୍ଥ୍ିତି ଉପୁଜିବାର ଆଶଙ୍କା ଦେଖାଦେଇଛି । ଯୁଦ୍ଧ ନିର୍ଣ୍ଣାୟକ ମୋଡରେ ପହଞ୍ଚିଥିଲେ ମଧ୍ୟ କେଉଁ ମୁହୂର୍ତ୍ତରେ କଣ ଯେ ଘଟିଯିବ ତାହାର ଆକଳନ କେହି କରି ପାରୁନାହାନ୍ତି । କାରଣ ଆମେରିକା ସମେତ ୟୁରୋପର ଅଧିକାଂଶ ଦେଶ ୟୁକ୍ରେନ ସମର୍ଥନରେ ଛିଡା ହୋଇଥିବା ବେଳେ ଋଷ ଆକ୍ରମଣକୁ ଆହୁରି ପ୍ରଚଣ୍ଡ କରିଛି । ଏପରିକି ଯୁଦ୍ଧ ଆରମ୍ଭ ଦିନରୁ ହିଁ ଋଷ ରାଷ୍ଟ୍ରପତି ପୁଟିନ୍ ଚେତାଇ ଦେଇଛନ୍ତି ଯେ, ୟୁକ୍ରେନ-ଋଷ ମଧ୍ୟରେ ଯଦି ଅନ୍ୟ କେହି ବିଦେଶୀ ଦେଶ ମୁଣ୍ଡ ଖେଳାଇବାକୁ ଚେଷ୍ଟା କରେ ତେବେ ପରିଣାମ ଏମିତି ହେବ ଯାହା କେହି କେବେ ଦେଖିନଥିବେ । ଆଉ ପୁଟିନଙ୍କ ଏଭଳି ଚେତାବନୀକୁ ରକ୍ଷା ବିଶେଷଜ୍ଞ ମାନେ ପରମାଣୁ ଆକ୍ରମଣ ଆଡକୁ ଇଙ୍ଗିତ କରୁଥିବା କହିଛନ୍ତି । ତେବେ ପରମାଣୁ ଆକ୍ରମଣ ହେଲେ ତାହାର ପରିଣାମ କଣ ହେବ ତାହାର ଅନ୍ଦାଜ ଲଗାଇଲେ ଦେହ ଭୟରେ ଥରି ଉଠିବ ।

Show More
Back to top button