ଏଲ୍ଓସିରେ ଆତଙ୍କୀ ଲଞ୍ଚପ୍ୟାଡ୍ ଉଡ଼ାଇଲା ଭାରତ, ଜାରି କଲା ଭିଡିଓ


ନୂଆଦିଲ୍ଲୀ: ସାରା ଦେଶ ଯେତେବେଳେ କରୋନା ବା କୋଭିଡ୍-୧୯ ସହ ଲଢ଼େଇ କରୁଛି ଏଲ୍ଓସିରେ ପାକିସ୍ତାନ ଷଡ଼ଯନ୍ତ୍ରର ପସରା ମେଲାଇଛି। ଶୁକ୍ରବାର ଏହାର ଜବାବ ଦେଇ ଗୋଟିଏ ପରେ ଗୋଟିଏ ଆତଙ୍କୀ ଲଞ୍ଚପ୍ୟାଡ୍ ଉପରେ ହମ୍ଲା ଆରମ୍ଭ କରିଛି ଭାରତୀୟ ସେନା। ଗତ ରବିବାରଠାରୁ ଲାଗିରହିଥିବା ଏହି ଅଶାନ୍ତିର ଏଭଳି ଜବାବ ଦେଇଛି ଭାରତ। ଜମ୍ମୁ-କଶ୍ମୀରର କୁପୱାରା ନିକଟବର୍ତ୍ତୀ ଏଲ୍ଓସିରେ ଥିବା କେରାନ୍ ସେକ୍ଟରରେ ଏଭଳି ଆକ୍ରମଣର ଭିଡିଓ ମଧ୍ୟ ଜାରି କରାଯାଇଛି।
BIG: India targets Pakistani positions after Pakistan violates ceasefire repeatedly during global #COVID19 pandemic. Precision targeting by Indian Army of Pakistani Gun Positions in PoK, terrorist launch pads and Pakistani ammunition dumps. Heavy casualties reported in Pak. pic.twitter.com/pbhYRELdKJ
— Aditya Raj Kaul (@AdityaRajKaul) April 10, 2020
ଆହୁରି ପଢ଼ନ୍ତୁ
ଶୁକ୍ରବାର ସକାଳେ ପାକିସ୍ତାନ ସେନା ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହାପରେ ଭାରତ ‘ଟାର୍ଗେଟେଡ୍ ଫାୟାର ଆସଲ୍ଟ’ କରିଥିଲା। ୫ଟି ସ୍ଥାନରେ ଏଭଳି ଗୁଳି ବିନିମୟ ଦେଖିବାକୁ ମିଳିଥିଲା। ତେବେ ଭାରତର ଗୁଳି ଗୋଳା ବର୍ଷଣରେ ପ୍ରାୟ ଗୋଟିଏ ଲଞ୍ଚପ୍ୟାଡ୍ ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି। ଭାରତ ପକ୍ଷରୁ ଆଜି ୧୦୫ଏମ୍ଏମ୍ ଫିଲ୍ଡ ଗନ୍ ସହ ୧୫୫ ଏମ୍ଏମ୍ ବୋଫର୍ସ ମାଡ଼ କରାଯାଇଥିଲା।
ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, “ଆମ ସେନା ଜୋରଦାର ଏବଂ ପ୍ରଭାବୀ ଜବାବ ଦେଇଛନ୍ତି। ଟେରର ଲଞ୍ଚ ପ୍ୟାଡ୍କୁ ଟାର୍ଗେଟ୍ କରିବା ସହ ଗୁଳି ଗୋଳା ବର୍ଷଣ କରାଯାଇଥିଲା। ପାକିସ୍ତାନ ଏଥିରେ ବହୁତ କ୍ଷତି ହୋଇଥିବାର ରିପୋର୍ଟ ଆସୁଛି। ଆମ ପଟୁ କେହି ମଧ୍ୟ ମୃତାହତ ନାହାନ୍ତି।”
ଗତ ରବିବାର ୫ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ କେରାନ୍ ସେକ୍ଟରରେ ହେଲିକପ୍ଟର ଦ୍ୱାରା ପାକିସ୍ତାନ ଛାଡ଼ିଥିଲା। ଏମାନଙ୍କ ନିପାତ ପାଇଁ ୫ ଜଣିଆ ଟିମ୍ ଯାଇଥିଲେ। ୪ ଜଣଙ୍କୁ ଏହି ଟିମ୍ ହତ୍ୟା କରିଥିଲା ଏବଂ ଜଣେ ଖସିଯାଇଥିଲା। ପରେ ପଞ୍ଚମ ଜଣଙ୍କୁ ଏଲ୍ଓସିରେ ହତ୍ୟା କରାଯାଇଥିଲା। ତେବେ ଦୁର୍ଭାଗ୍ୟବଶତଃ ଭାରତ ପକ୍ଷରୁ ଏହି ମିଶନ୍ରେ ଯାଇଥିବା ଯବାନ ମଧ୍ୟ ପ୍ରାଣବଳି ଦେଇଥିଲେ।
[ad_2]