ନ୍ୟୁଜ୍ମନୋରଞ୍ଜନରାଜ୍ୟଶିକ୍ଷାସିନେମାସ୍ପେଶାଲ୍ ରିପୋର୍ଟ

ସୋନୁ ସୁଦ୍ ଗାଁର ସବୁ ଛାତ୍ରୀଙ୍କୁ ସାଇକେଲ୍ ଦେବାକୁ ଘୋଷଣା କଲେ

ସତ୍ୟଶିଖା (ମୁମ୍ବାଇ) ୩୧/୧୦/୨୦୨୦ : ବଲିଉଡ ଅଭିନେତା ସୋନୁ ସୁଦ୍ ଲୋକଙ୍କୁ ସାହାଯ୍ୟ କରି ସବୁବେଳେ ଚର୍ଚ୍ଚାରେ । ସୋନୁ ସୁଦ୍ ସୋସିଆଲ ମିଡ଼ିଆରେ ଖୁବ ସକ୍ରିୟ ରୁହନ୍ତି । ତାଙ୍କୁ ଯିଏ ବି ସାହାଯ୍ୟ ମାଗେ ସେ ସମସ୍ତଙ୍କୁ ଜବାବ୍ ଦିଅନ୍ତି ଏବଂ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରନ୍ତି । ତାଙ୍କର ଏହି ବଦାନ୍ୟତା ପାଇଁ ଲୋକେ ତାଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି । ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ଏକ ଅଜବ ସାହାଯ୍ୟ ମାଗିଛନ୍ତି । ସୋନୁ ତାଙ୍କୁ ମଜାଳିଆ ଜବାବ ବି ଦେଇଛନ୍ତି । ସୋନୁଙ୍କ ଏହି ଟ୍ୱିଟ୍ ବର୍ତ୍ତମାନ ଖୁବ ଭାଇରାଲ୍ ହେଉଛି । ସୋନୁ ସୁଦଙ୍କୁ ଟ୍ୟାଗ୍ କରି ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ତାଙ୍କୁ ମାଳଦ୍ଵୀପ ପହଞ୍ଚାଇ ଦିଅନ୍ତୁ । ବ୍ୟକ୍ତିଙ୍କ ଏହି ଟ୍ୱିଟରେ ସୋନୁ ମଧ୍ୟ ତୁରନ୍ତ ଜବାବ ଦେଇଥିଲେ । ସୋନୁ ଲେଖିଲେ, ସାଇକେଲରେ ଯିବ ନା ରିକ୍ସାରେ । ଏହିଭଳି ଜବାବ ଦେଇ ସୋନୁ ସୁଦ ତାଙ୍କ ମୁହଁ ବନ୍ଦ କରିଦେଲେ । ନିକଟରେ ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ନିଜ ଶିଶୁ ପାଇଁ ସାହାଯ୍ୟ ମାଗିଥିଲେ । ଏହାପରେ ସେ ତାଙ୍କୁ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଥିଲେ । ଏହାସହ ସୋନୁ ସୁଦ୍ ଗାଁର ସବୁ ଛାତ୍ରୀଙ୍କୁ ସାଇକେଲ୍ ଦେବାକୁ ଘୋଷଣା କରିଛନ୍ତି ।

ସନ୍ତୋଷ ଚୌହାନ ନାମକ ଜଣେ ଟ୍ୱିଟର ୟୁଜର୍ ଲେଖିଥିଲେ ଯେ, “ଗାଁରେ ୩୫ ଛାତ୍ରୀ ଅଛନ୍ତି ଯେଉଁମାନଙ୍କୁ ପଢିବା ପାଇଁ ୮ରୁ ୧୫ କିମି ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । କିଛି ଛାତ୍ରୀଙ୍କ ପାଖରେ ସାଇକେଲ୍ ଅଛି । ଏହା ନକ୍ସଲ୍ ପ୍ରଭାବିତ ଅଞ୍ଚଳ । ନକ୍ସଲ ଭୟରେ ପରିବାର ଲୋକେ ନିଜ ଝିଅଙ୍କୁ ପଢିବାକୁ ପଠାଉ ନାହାନ୍ତି । ଯଦି ଆପଣ ଏ ସମସ୍ତଙ୍କୁ ସାଇକେଲ୍ ଯୋଗାଇ ପାରିବେ ତାହେଲେ ଏମାନଙ୍କ ଭବିଷ୍ୟତ ସୁଧୁରିଯିବ ।” ଏହି ଟ୍ୱିଟରେ ପ୍ରତିକ୍ରିଟ ରଖି ସୋନୁ ସୁଦ୍ ଲେଖିଛନ୍ତି, “ଗାଁର ସବୁ ଛାତ୍ରୀଙ୍କୁ ସାଇକେଲ ମିଳିବ ଓ ସବୁ ଝିଅ ପାଠ ପଢିବେ । ସମସ୍ତଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ । ପରିବାର ଲୋକଙ୍କୁ ଜଣେଇଦେବେ, ସାଇକେଲ ଖୁବ ଶୀଘ୍ର ପହଞ୍ଚିଯିବ, ବାସ ଚା’ ରେଡି ରଖିବେ ।”

Show More
Back to top button