

ସତ୍ୟଶିଖା(ଭୁବନେଶ୍ୱର )୨୭.୧୦ .୨୦୨୧: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହା ସହିତ କରୋନା ମୃତୁ୍ୟ ସଂଖ୍ୟାରେ ମଧ୍ୟ ହ୍ରାସ ପରିଳକ୍ଷିତ ହେଉଛି । ଆଜି ରାଜ୍ୟରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮୩୧୮କୁ ବଅଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୪୯୭ ଜଣ । ଏହାକୁ ମିଶାଇ ରାଜ୍ୟ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୦ଲକ୍ଷ ୨୬ହଜାର ୭୭୪କୁ ବୃଦ୍ଧି ପାଇଛି ।
ଏହା ସହିତଗତ ୨୪ଘଣ୍ଟାରେ ରାଜ୍ୟରେ ୫୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୧୮ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୨୨୧ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୭୦ ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୯ହଜାର ୮୧୮କୁ ବୃଦ୍ଧି ପାଇଛି ।