ନ୍ୟୁଜ୍
ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା l


ସତ୍ୟଶିଖା : ୨୭/୦୨/୨୦୨୫: ଜେପି ନଡ୍ଡା ଆସନ୍ତାକାଲି ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀର ଉଦଘାଟନ କରିବେ । ଆଜି ସନ୍ଧ୍ୟା ୭ଟା ୫୫ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନଡ୍ଡା ।
ସେଠାରୁ ସିଧାସଳଖ ପୁରୀ ଯାଇ ରାତ୍ରି ଯାପନ କରିବେ । ରାତିରେ କୋଣାର୍କ ଇକୋ ଟୁରିଜିମ୍ ରିସର୍ଟରେ ରହିବେ ନଡ୍ଡା । ଆସନ୍ତାକାଲି ୧୦ଟା ବେଳେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ । ପରେ ୨ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ତାପରେ ଭୁବନେଶ୍ୱର ଆସି ରାଜ୍ୟ ଅତିଥି ଭବନରେ ପାଖାପାଖି ଅଢେଇ ଘଣ୍ଟା ରହିବେ ନଡ୍ଡା । ସନ୍ଧ୍ୟା ୭ଟାରେ ବିମାନବନ୍ଦର ଯାଇ ଦିଲ୍ଲୀ ଫେରିଯିବେ ।
ରାଜ୍ୟ ବିଜେପି ପାଇଁ ନଡ୍ଡାଙ୍କ ଏହି ଗସ୍ତ ବେଶ ଗୁରୁତ୍ଵପୂର୍ଣ୍ଣ । ରାଜ୍ୟ ଅତିଥି ଭବନରେ ଦୁଇ ଘଣ୍ଟାରୁ ଅଧିକ ସମୟ ବିଭିନ୍ନ ନେତୃବୃନ୍ଦଙ୍କ ସହ କରିବେ ଆଲୋଚନା । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପରିଷଦର ସଦସ୍ୟ, ରାଜ୍ୟ ସଭାପତି ଏବଂ ସାଂଗଠନିକ ନେତାଙ୍କୁ ଭେଟିପାରନ୍ତି ନଡ୍ଡା ।