Uncategorized
ଆଜି ଵାଲେଶ୍ଵର ବନ୍ଦ


ସତ୍ୟଶିଖା(ବାଲେଶ୍ୱର )୧୬.୦୬. ୨୦୨୨ : ଵାଲେଶ୍ଵର ସହରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଦିଵାଲୋକରେ ଚୋରି, ଛିନତାଇ, ରାହାଜାନୀ ସହ ଗୁଳିକାଣ୍ଡ ଯୋଗୁ ଆତଙ୍କିତ ହୋଇପଡ଼ିଛନ୍ତି ଜନସାଧାରଣ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଲିସ୍ ପ୍ରଶାସନ ସାଜିଛି ନୀରଵ ଦ୍ରଷ୍ଟା । ପୁଲିସ୍ ପ୍ରଶାସନର ଏପରି ନିଷ୍କ୍ରିୟତା ନିମନ୍ତେ ବାଲେଶ୍ୱରର ଏସ୍ପିଙ୍କୁ ଦାୟୀ କରି ତାଙ୍କ ବଦଳି ଦାବି କରିଛନ୍ତି ବିଭିନ୍ନ ଗଣ ସଙ୍ଗଠନ। ପ୍ରାୟ ୬୨ଟି ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଵାଲେଶ୍ଵର ଵନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁ ଆଜି ସକାଳୁ ସହରରେ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି ।