ଖେଳ

ମାଷ୍ଟର ବ୍ଲାଷ୍ଟରଙ୍କ ଦୁର୍ବଳତା ବଖାଣିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପଟେନ୍‌

ନୂଆଦିଲ୍ଲୀ: କ୍ରିକେଟ୍ ଭଗବାନ ତଥା ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ୍ ଇତିହାସର ଅନ୍ୟତମ ପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍‌, ଯିଏ ଅନ୍ତର୍ଜାତୀୟ ଦିନିକିଆରେ ୧୮ହଜାରରୁ ଅଧିକ ରନ୍ ଏବଂ ଟେଷ୍ଟରେ ୧୫ହଜାରରୁ ଊର୍ଦ୍ଧ୍ୱ କରିଛନ୍ତି । ତେଣୁ ସଚିନଙ୍କ ଏହି ରେକର୍ଡ ହିଁ ସବୁକିଛି ବର୍ଣ୍ଣନା କରିଦେଉଛି। ତେବେ ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ସମ୍ବନ୍ଧରେ ଏକ ବଡ଼ ଦୁର୍ବଳତାର ଖୁଲାସା କରିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପଟେନ୍ ଶନ୍ ପୋଲକ।

ପୋଲକ ଦୃଢ଼ତାର ସହ କହିଛନ୍ତି, ଅଷ୍ଟ୍ରେଲିଆରେ ଶର୍ଟ ପିଚ୍ ବଲର ସାମ୍ନା କରିବାରେ ସଚିନଙ୍କୁ ବିଶେଷ ଅସୁବିଧା ହେଉଥିଲା। କିନ୍ତୁ ସେ ୱିକେଟକିପର ଏବଂ ସ୍ଲିପ୍ ଉପରେ ଶର୍ଟ ଖେଳି ଏହାକୁ ଚମତ୍କାର ଢଙ୍ଗରେ ଚଳାଇ ନେଉଥିଲେ। ସ୍କାଇ ସ୍ପୋର୍ଟ୍ସ ସହ ପୋଷ୍ଟକାଷ୍ଟରେ ପୋଲକ କହିଛନ୍ତି, ସଚିନ ଦିନେ ମୋ ସହ ଅଷ୍ଟ୍ରେଲିଆ ଗସ୍ତ ଯିବା ସମ୍ବନ୍ଧରେ ଆଲୋଚନା କରିଥିଲେ। ସେ (ସଚିନ୍‌) କହିଥିଲେ ଯେ ଅଷ୍ଟ୍ରେଲିଆରେ ଶର୍ଟ ପିଚକୁ ବଲକୁ ସାମ୍ନା କରିବାରେ ତାଙ୍କୁ ବହୁତ ସମସ୍ୟା ହେଉଛି, ଏଥିପାଇଁ ସେ ୱିକେଟକିପର ଏବଂ ସ୍ଲିପ୍ ଉପରେ କଟ୍ ମାରି ବଲକୁ ବାଉଣ୍ଡ୍ରୀକୁ ପଠାଉଥିଲେ।

ଆହୁରି ପଢ଼ନ୍ତୁ

ଦିନିକିଆରେ ୩୯୩ ୱିକେଟ୍ ଏବଂ ଟେଷ୍ଟରେ ୪୨୧ ୱିକେଟ୍ ନେଇଥିବା ୪୬ ବର୍ଷୀୟ ପୋଲକ ଆହୁରି କହିଛନ୍ତି, ଏଭଳି ସମୟ ଥିଲା, ଯେତେବେଳେ ସଚିନଙ୍କ ବିରୋଧରେ ମୋର ସବୁ ଯୋଜନା ଫେଲ୍ ମାରୁଥିଲା। ଏପରିକି ସଚିନ୍ କେତେବେଳେ ଭୁଲ୍ କରିବେ, ତାହାର ଅପେକ୍ଷା କରିବାକୁ ପଡ଼ୁଥିଲା। ବିଶେଷକରି ଉପମହାଦ୍ୱୀପରେ ସଚିନଙ୍କୁ ଆଉଟ୍ କରିବା ପାଇଁ ଆମକୁ ଅନେକ ଯୋଜନା କରିବାକୁ ପଡ଼ୁଥିଲା, କିନ୍ତୁ ତାଙ୍କୁ ଆଉଟ୍ କରିବା ଆମ ପକ୍ଷେ କଷ୍ଟସାଧ୍ୟ ହୋଇଥାଏ।

ସଚିନ ବିଶ୍ୱର ଏକମାତ୍ର କ୍ରିକେଟର୍‌, ଯିଏ ଅନ୍ତର୍ଜାତୀୟ ସ୍ତରରେ ୩୪,୩୫୭ ରନ୍ କରିଛନ୍ତି। ଏହାସହ ସେ ସେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ (୫୧ ଟେଷ୍ଟ ଓ ୪୯ ଦିନିକିଆ) ମାରିଛନ୍ତି। ତାଙ୍କର ଏହି ରେକର୍ଡ ଆଜି ପର୍ଯ୍ୟନ୍ତ ଅତୁଟ ରହିଛି।

[ad_2]
Show More
Back to top button