ଦେଶନ୍ୟୁଜ୍

ଆଜି ଅନ୍ତର୍ଜାତୀୟ ନିଖୋଜ ଶିଶୁ ଦିବସ

ସତ୍ୟଶିଖା( ନୂଆଦିଲ୍ଲୀ )୨୫.୦୫.୨୦୨୨ : ଆଜି ହେଉଛି ଅନ୍ତର୍ଜାତୀୟ ନିଖୋଜ ଶିଶୁ ଦିବସ । ୧୯୮୩ ମେ ୨୫ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରିଗାନ୍ ‘ଅନ୍ତର୍ଜାତୀୟ ନିଖୋଜ ଶିଶୁ ଦିବସ’ ପାଳନର ଘୋଷଣା କଲେ। ବିଶ୍ବର ବିିଭିନ୍ନ ପ୍ରାନ୍ତରେ ପ୍ରତି ବର୍ଷ ହଜାର ହଜାର ଶିଶୁ ନିଖୋଜ ହେଉଛନ୍ତି। କେତେଜଣ ଉଦ୍ଧାର ହୁଅନ୍ତି, ଅନ୍ୟ କେତେଜଣଙ୍କ ସନ୍ଧାନ ବହୁ ବର୍ଷ ପରେ ମଧ୍ୟ ମିଳିନଥାଏ। ଭାରତରେ ମଧ୍ୟ ପ୍ରତି ବର୍ଷ ପିଲା ନିଖୋଜ ହେଉଛନ୍ତି। ଏହି ଦିଗରେ ଜନସଚେତନତା ସୃଷ୍ଟି ପାଇଁ ‘ଅନ୍ତର୍ଜାତୀୟ ନିଖୋଜ ଶିଶୁ’ ଦିବସର ପାଳନ ଆରମ୍ଭ କରାଗଲା। ବିଶ୍ବର ୨୩ଟି ଦେଶରେ ଏହି ଦିବସ ପାଳନ କରାଯାଉଛି।

Show More
Back to top button