ନ୍ୟୁଜ୍ସ୍ୱାସ୍ଥ୍ୟ

ଦିଲ୍ଲୀରେ ଶୀତ ଆରମ୍ଭରୁ ବିଷାକ୍ତ ବାୟୁ

ସତ୍ୟଶିଖା (ଭୁବନେଶ୍ୱର ) ୨୫.୧୦.୨୦୨୩ : ଶୀତ ଆରମ୍ଭ ରୁ ଦିଲ୍ଲୀରେ ବିଷାକ୍ତ ବାୟୁ। ବାୟୁ ପ୍ରଦୂଷଣ ଯୋଗୁଁ ଜାତୀୟ ରାଜଧାନୀ ଦିଲ୍ଲୀର ସ୍ଥିତି ଗମ୍ଭୀର ହୋଇଛି। ପ୍ରତିବର୍ଷ ଶୀତ ଆରମ୍ଭ ମାତ୍ରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦେଖିବକୁ ମିଳେ। ବିଷାକ୍ତ ଧୂଆଁ ଯୋଗୁଁ ପ୍ରତିବର୍ଷ ହଇରାଣ ହେଉଛନ୍ତି ସାଧାରଣ ଲୋକେ। ହରିୟାଣା ,ପଞ୍ଜାବ ,ୟୁପିରେ ହଜାର ହଜାର ସଂଖ୍ୟାରେ ଚାଷୀ ଅମଳର ଅବଶେଷ ଜାଳିବା ସହ ନୂଆ ନୂଆ ବିଲ୍ଡିଂ ଏବଂ ରାସ୍ତା ନିର୍ମାଣ ପାଇଁ  ଏହାର ମାତ୍ରା ବଢୁଛି ।

ଏହା ବାଦ୍ ସାଧାରଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଦିଲ୍ଲୀରେ ବର୍ଷାର ଅଭାବ। ତେବେ ପ୍ରଦୂଷଣ ହ୍ରାସ କରିବା ପାଇଁ ସୁପ୍ରିମକୋର୍ଟ ପ୍ରତିବର୍ଷ ବିଭିନ୍ନ ରାଜ୍ୟ ମାନଙ୍କୁ ତାଗିଦ କରିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଚଳିତବର୍ଷ କେନ୍ଦ୍ର ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ କରି ସାରିଛନ୍ତି। ରାସ୍ତା ଗଛ ପତ୍ରରେ ପାଣି ପକା ଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ। ପ୍ରଦୂଷଣ ପାଇଁ ଦିଲ୍ଲୀରେ ଲଗାତର ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଦୀପାବଳିରେ ବାଣ ବ୍ୟାନ କରାଯାଇଛି।।

Show More
Back to top button