Uncategorizedରାଜ୍ୟ
ଆମ୍ବୁଲାନ୍ସ ଖରାପ ହେବାରୁ ଅଧା ବାଟରେ ଚାଲିଗଲା ରୋଗୀର ଜୀବନ


ସତ୍ୟଶିଖା(ସମ୍ବଲପୁର )୨୧.୦୯ .୨୦୨୧: ରାସ୍ତାରେ ଅଚଳ ହୋଇପଡିଲା ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ଆମ୍ବୁଲାନ୍ସ ଭିତରେ ଝିଅ ସମ୍ମୁଖରେ ଚାଲିଗଲା ମା’ର ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ରେମେଡ଼ ଛକ ନିକଟ ଲେବଲ କ୍ରସିଂଠାରେ ।
ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ଝାରସୁଗୁଡାରୁ ବୁର୍ଲା ଡାକ୍ତରଖାନାକୁ ନେଇ ଯାଉଥିବାବେଳେ ଲେବଲ୍ କ୍ରସିଂ ଠାରେ ହଠାତ୍ ଖରାପ ହୋଇପଡିଥିଲା । ଦୀର୍ଘ ଅଧ ଘଣ୍ଟା ଧରି ରୋଗୀ ଅଚଳ ଆମ୍ବୁଲାନ୍ସ ଭିତରେ ଜୀବନ ସହ ଲଢେଇ କରିଥିଲେ । ଅଧଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି ।