

ସତ୍ୟଶିଖା( କଟକ )୦୭ .୦୭ . ୨୦୨୨:: ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ପରୀକ୍ଷା ବନ୍ଦ କରାଯିବା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଛାତ୍ରଛାତ୍ରୀ। କ୍ୟାମ୍ପସରେ ଏକାଧିକ ଶିକ୍ଷକ କରୋନା ପଜିଟିଭ ବାହାରିବା ପରେ ଆଜି ପରୀକ୍ଷା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ। ଫଳରେ ବିଶ୍ବବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି। ଆଜି ୫ମ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଲେବର ଲ ପେପର ପରୀକ୍ଷା ହେବାକୁ ଥିବାବେଳେ କ୍ୟାମ୍ପସରେ କରୋନା ପଜିଟିଭ ବାହାରିବା ପରେ ଛାତ୍ରଛାତ୍ରୀ ମାନେ ଅନ୍ୟତ୍ର ପରୀକ୍ଷା କରିବା ସହ ଅନ ଲାଇନ ପରୀକ୍ଷା କରିବା ପାଇଁ ଦାବି କରି ପରୀକ୍ଷା ବର୍ଜନ କରିଛନ୍ତି।