

ସତ୍ୟଶିଖା( ଭୁବନେଶ୍ୱର)୦୮.୦୮ . ୨୦୨୨: ବୋଲ୍ ବମ୍…ହର ହର ବମ୍ । ଏହିପରି ଶିବ ଧ୍ୱନିରେ ପ୍ରକମ୍ପିତ ହେଉଛି ଚତୁଃର୍ଦିଗ । ମହାଦେବଙ୍କ ଆରାଧନା ପାଇଁ କାହିଁ କେତେ ବାଟ ଅତିକ୍ରମ କରି ବିଭିନ୍ନ ଶୈବପୀଠରେ ପହଞ୍ଚୁଛନ୍ତି କାଉଡ଼ିଆ । ଆଜି ଶ୍ରାବଣ ମାସର ଶେଷ ସୋମବାର । ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କରୁଛନ୍ତି ହଜାର ହଜାର କାଉଡ଼ିଆ । ଏଥିପାଇଁ ବଡି ଭୋରରୁ ଲୋକାରଣ୍ୟ ହୋଇଛି ରାଜ୍ୟର ସମସ୍ତ ଶିବାଳୟ।
ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଆଠଗଡ଼ର ଧବଳେଶ୍ୱର, ଆରଡ଼ିର ବାବା ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ ଭଳି ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଦେଖିବାକୁ ମିଳିଛି । ବୋଲବମ୍ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ଜଳାଭିଷେକ କରିପାରିବେ ଏବଂ ଦର୍ଶନ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।