ରାଶିଫଳ

ଗୁରୁବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ

ସତ୍ୟଶିଖା ୦୪/୦୨/୨୦୨୧ :

ମେଷ – କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇଯିବାର ଆଶଙ୍କା ରହିଛି । ଆର୍ଥିକ ସ୍ୱଚ୍ଛଳତା ରହିଥିଲେ ମଧ୍ୟ ପଋଳଥା ଶୁଣି ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ବୃଷ – ଶୁଭଗ୍ରହ ପ୍ରଭାବରୁ ଆପଣଙ୍କର ଆଜିର କାମ ପାଇଁ କୌଣସି ଅସୁବିଧା ପରିଲକ୍ଷିତ ହେବ ନାହିଁ । ନୂତନବନ୍ଧୁତ୍ୱ ସ୍ଥାପନରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ମିଥୁନ – ବନ୍ଧୁଙ୍କ ସହାୟତାରେ ବିଭିନ୍ନ ଦିଗରୁ ଅର୍ଥାଗମର ଦ୍ୱାର ଉନ୍ମକ୍ତ ହୋଇଯିବ । ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

କର୍କଟ – ଆଜିର କର୍ମକ୍ଷେତ୍ରରେ କୌନସି ବିବାଦୀୟ ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ । ନିଜର ପ୍ରତ୍ୟୁତ୍ପନ୍ନମତିତା କାରଣରୁ ପ୍ରତ୍ୟେକ ଅସଜଡା ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ସିଂହ – କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ପାଇବେ । ବିବାଦୀୟ ଘଟଣାରେ ଆଶଙ୍କା ସୃଷ୍ଟି ହେଲେ ମଧ୍ୟ ସେମିତି କିଛି ହେବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କନ୍ୟା – ଆଜି ସକାଳୁ ସକାଳୁ ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ସହକର୍ମୀଙ୍କ ସହ ଆଜିର ଭ୍ରମଣ ସୁଖ ବେଶଗ ଉପଭୋଗ୍ୟ ହୋଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ତୁଳା – କର୍ମକ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବାକୁ ପଡିପାରେ । ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସା ଭିନ୍ନାର୍ଥରେ ଗ୍ରହଣ କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ବିଛା – ସହକର୍ମୀଙ୍କ ଜରିଆରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ପ୍ରତିବନ୍ଧକ କାରଣରୁ ଶୀଘ୍ର ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି । ଶୁଭ ଅଙ୍କ ଗ୍ରୀନ୍ । ଶୁଭ ଅଙ୍କ ୨ ।

ଧନୁ – ଆଜି ଆକସ୍ମିକ ଭାବେ ଉଚ୍ଚବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେଲେ ସମସ୍ୟା ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ମକର – ବିଭିନ୍ନ ସମସ୍ୟା ମଧ୍ୟରେ ଅଭନିଃଶ୍ୱାସୀ ହେବାକୁ ପଡିପାରେ । ଯିଏ ଯାହା କହୁନା କାହିଁକି, ଆପଣ ଯେମିତି ଭାବୁଛନ୍ତି ସେମିତି କରିବା ମନ୍ଦ ହେବନି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

କୁମ୍ଭ – ଆର୍ଥିକ ଅନଟନ ପ୍ରତ୍ୟେକ କାମକୁ ବିଳମ୍ବିତ କରିବାକୁ ବ୍ୟସ୍ତତା ବୃଦ୍ଧି ପାଇବ । ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ମୀନ – କର୍ମକ୍ଷେତ୍ରରେ ବହୁ ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିପାରନ୍ତି । ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

Show More
Back to top button