ନ୍ୟୁଜ୍ରାଜ୍ୟ

ଆରମ୍ଭ ହେଲା ଆଜି ଠାରୁ ରାଜ୍ୟ ରେ ଶୀତକାଳୀନ ପକ୍ଷୀ ଗଣନା l

ସତ୍ୟଶିଖା : ୧୮/୦୧/୨୦୨୫ : ଆରମ୍ଭ ହେଲା ଆଜି ଠାରୁ ରାଜ୍ୟ ରେ ଶୀତକାଳୀନ ପକ୍ଷୀ ଗଣନା, ସମସ୍ତ ୫୨ଟି ବନଖଣ୍ଡରେ ଏକକାଳୀନ ଗଣତି ଏହି ଶୀତକାଳୀନ ପକ୍ଷୀ ଗଣନାରେ ଚିଲିକାରେ ୨୧ଟି ଟିମ୍, ହୀରାକୁଦରେ ୩୨ଟି ଟିମ୍ ଓ ଭିତରକନିକାରେ ୧୮ଟି ଗ୍ରୁପ ନିୟୋଜିତ ହୋଇଛନ୍ତି ।

 ରାଜ୍ୟ ରେ ଅଛନ୍ତି କେତେ ପ୍ରକାରର ପକ୍ଷୀ ? ସେମାନଙ୍କ ସଂଖ୍ୟା କେତେ ? ଆଉ କେତେ ବିହଙ୍ଗ ବିଦେଶରୁ ଆସିଛନ୍ତି ? ଏସବୁ ଜାଣିବାକୁ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଶୀତକାଳୀନ ପକ୍ଷୀ ଗଣନା । ପ୍ରଥମ ଥର ରାଜ୍ୟବ୍ୟାପୀ ସମସ୍ତ ୫୨ଟି ଯାକ ବନଖଣ୍ଡରେ ଏକକାଳୀନ ପକ୍ଷୀ ଗଣନା କରାଯାଉଛି । ଚିଲିକା, ଭିତରକନିକା ଓ ହୀରାକୁଦରେ ସର୍ବାଧିକ ପକ୍ଷୀ ଦେଖିବାକୁ ମିଳେ । ଏହି ୩ଟି ସ୍ଥାନକୁ ବିଶେଷ ଗୁରୁତ୍ବ ଦିଆଯାଇଛି l ପୁରୀ ବନ୍ୟପ୍ରାଣୀ ଡିଭିଜନରେ ୨୫ଟି ଟିମ୍, ବଣାଇ ଡିଭିଜନ୍‌ର ୭ଟି ରେଂଜରେ ୧୮ ଟିମ୍, କୋରାପୁଟ ବନାଞ୍ଚଳର ୫ଟି ରେଂଜରେ ୫ଟି ଟିମ୍‌ ଦ୍ବାରା ପକ୍ଷୀଗଣନା କରାଯାଉଛି ।

 ପ୍ରତି ଗ୍ରୁପରେ ପକ୍ଷୀ ବିଶେଷଜ୍ଞ, ବନ କର୍ମଚାରୀଙ୍କ ସମେତ ୫-୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଭିଜନ ଅଧୀନରେ ଥିବା ବାଲୁଗାଁ, ସାତପଡା, ନୂଆପଡା, ଟାଙ୍ଗି, ରମ୍ଭା ଭଳି ୫ଟି ରେଂଜରେ ପକ୍ଷୀ ଗଣନା କରାଯାଉଛି। ହୀରାକୁଦ ଡ୍ୟାମର ୫୫୦ ବର୍ଗ କିଲୋମିଟର ପରିମିତ ଅଂଚଳରେ ପକ୍ଷୀ ଗଣନ ଚାଲିଛି। କ୍ୟାମେରା ଓ ବାଇନା କୁଲାର୍ ଜରିଆରେ ସଂଧ୍ୟା ୬ଟା ଯାଏ ଗଣନା କାର୍ଯ୍ୟ ଚାଲିବ । ସେପଟେ ଶୀତକାଳୀନ ପକ୍ଷୀ ଗଣନା ନେଇ ବଣାଇ ଡିଏଫ୍‌ଓ ଲଲିତ ମୋହନ ପାତ୍ର କହିଛନ୍ତି, ୨୦୨୪ ରେ ୩୨ ପ୍ରକାର ପକ୍ଷୀ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୧୫ ପ୍ରକାର ବିଦେଶୀ ପକ୍ଷୀ ଚିହ୍ନଟ କରାଯାଇଥିବା ବେଳେ ବଣାଇର ମୋଟ୍‌ ୭ଟି ରେଞ୍ଜରେ ୪୧୦୦ ପକ୍ଷୀ ଚିହ୍ନଟ କରାଯାଇଥିଲା । ତେବେ ଚଳିତ ବର୍ଷ ଅଧିକ ପକ୍ଷୀ ହେବେ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି ।

Show More
Back to top button