ରାଜ୍ୟ

ବିକଳ ସ୍ୱାସ୍ଥ୍ୟ ସେବା! ମୋବାଇଲ୍‌ ଲାଇଟ୍‌ରେ ହେଲା ଡ୍ରେସିଂ

ନୟାଗଡ଼(ସତ୍ୟଶିଖା): ମୋବାଇଲ ଟର୍ଚ୍ଚ ଲାଇଟ୍‌ରେ ପଡୁଛି ଷ୍ଟିଚ୍‌। ସେ ପୁଣି ଦୁର୍ଘଟଣାର ଶିକାର ହୋଇ ଗୁରୁତର ଥିବା ଜଣେ ରୋଗୀର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।

ଆହୁରି ପଢ଼ନ୍ତୁ

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବିନୋଦପଡ଼ା ଛକଠାରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଚମ୍ପାଇଲୋ ଗାଁର ଜଣେ ଯୁବକ। ସ୍ଥାନୀୟ ଯୁବକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡ୍ରେସିଂ ରୁମକୁ ନିଆ ଯାଇଥିଲା। ହେଲେ ସେତେବେଳେ ଡ୍ରେସିଂ ରୁମ୍‌ରେ ସବୁ ଲାଇଟ୍‌ ଫ୍ୟୁଜ ହୋଇଯାଇଥିଲା। ତେଣୁ ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ରେ ଷ୍ଟିଚ ପକାଇଥିଲେ ମେଡିକାଲ ଆଟେଣ୍ଡାଣ୍ଟ।

୫ କୋଟି ଟଙ୍କାରେ ନିର୍ମିତ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ତିନି ମହଲା ବିଲ୍‌ଡିଂ କିଛିଦିନ ତଳେ ଲୋକାର୍ପିତ ହୋଇଥିଲା। ହେଲେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଉଥିବା ଡ୍ରେସିଂ ରୁମ୍‌ରେ ଲାଇଟ ନ ଥିବା ପ୍ରଶାସନିକ ଅବହେଳାକୁ ପଦାରେ ପକାଇଛି। ଗୁରୁତର ରୋଗୀଙ୍କ ସ୍ୱାସ୍ଥ୍ୟ ଓ ଜୀବନ ସହ ମେଡିକାଲ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ୱହୀନତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

[ad_2]
Show More
Back to top button