ଦେଶବିଦେଶସ୍ୱାସ୍ଥ୍ୟ

ବ୍ରିଟେନ, କାଡ଼ାନା ପରେ ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦେଲା ଏହି ଦେଶ

ସତ୍ୟଶିଖା ୧୨/୧୨/୨୦୨୦ :  ଫାଇଜର ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ କରୋନା ଟିକା ଫାଇଜରକୁ ଆମେରିକା ଜରୁରିକାଳୀନ ଅନୁମତି ପ୍ରଦାନ କରିଛି । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଟିକାର ପ୍ରୟୋଗ ପାଇଁ ମଞ୍ଜୁରୀ ଦେଇଛି । ଏହି ଟିକାକୁ ଜରୁରିକାଳୀନ ଅନୁମତି ଦେବାରେ ଆମେରିକା ବିଶ୍ଵର ୩ୟ ଦେଶ । ପ୍ରଥମେ ବ୍ରିଟେନ ଏବଂ ପରେ କାନାଡ଼ା ୨ୟ ଦେଶ ଭାବେ ଏହି ଟିକାକୁ ଅନୁମତି ଦେଇଛନ୍ତି । ବ୍ରିଟେନ ଟିକାକରଣ ଅଭିଯାନ ଜାରି ରଖିଛି ।କରୋନା ଭୂତାଣୁ ଦ୍ୱାରା ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ଆମେରିକା ଶୀର୍ଷରେ ରହିଛି । ଆମେରିକା ସରକାରଙ୍କ ଏକ ପରାମର୍ଶଦାତା କମିଟି କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଫାଇଜର ବାୟୋଏନଟେକ୍‌ ଟିକାକୁ ଜରୁରିକାଳୀନ ମଞ୍ଜୁରୀ ଦେବା ଲାଗି ସୁପାରିସ୍‌ କରିଥିଲା । ଏହା ପରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ)ର ଭ୍ୟାକ୍ସିନ ଆଣ୍ଡ ରିଲେଟେଡ୍‌ ବାୟୋଲୋଜିକାଲ ପ୍ରଡକ୍ଟସ ଆଡ୍‌ଭାଇଜରୀ କମିଟିରେ ଏ ନେଇ ୮ ଘଣ୍ଟା ଧରି ବୈଠକ ଚାଲିଥିଲା । ବୈଠକରେ ଫାଇଜରକୁ ଅନୁମତି ପ୍ରଦାନ ସପକ୍ଷରେ ୧୭ ଏବଂ ବିପକ୍ଷରେ ୪ ଜଣ ଭୋଟ ଦେଇଥିଲେ ।

କମିଟି ସଦସ୍ୟ ତଥା ଟିକା ବିଶେଷଜ୍ଞ ପଲ୍‌ ଆଫିଟ୍‌ କହିଛନ୍ତି, ଟିକା ଫଳପ୍ରଦ ହେଉଥିବା ସ୍ପଷ୍ଟ ଜଣାପଡ଼ୁଛି । କିନ୍ତୁ ଅନ୍ୟପଟେ ଏହା ଦ୍ୱାରା କିଛି ବିପଦ ବି ରହିଥିବା ଅନୁମାନ କରାଯାଉଛି । ତେବେ ଟିକାର ଲାଭ ପହଞ୍ଚାଇବାର କ୍ଷମତା ତାର ବିପଦକୁ ହ୍ରାସ କରିଥାଏ ବୋଲି ସେ କହିଛନ୍ତି । ସଂକ୍ରାମକ ରୋଗ ବିଶେଷଜ୍ଞ ଓଫର ଲେଭି କହିଛନ୍ତି, ଏହା ଏକ ବଡ଼ ମାଇଲଖୁଣ୍ଟ ହେବାକୁ ଯାଉଛି ।

Show More
Back to top button