

ସତ୍ୟଶିଖା ( ମାଲକାନଗିରି ) ୨୭ /୧୧ /୨୦୨୧: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ହିଂସାକାଣ୍ଡ ପୁଣି ଦେଖିବାକୁ ମିଳିଛି । ଛତିଶଗଡ଼ ଭାସି ଜଙ୍ଗଲରେ ବିସ୍ଫୋରଣ କରି ଉଡ଼ାଇଦେଲେ ରେଳ ଧାରଣା । ଯାହାଫଳରେ ପରେ ସେହି ରୁଟ୍ରେ ଯାଉଥିବା ମାଲବାହୀ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୌଭାଗ୍ୟ ବସତଃ ତାହା କୌଣସି ଯାତ୍ରୀବାହୀ ଟ୍ରେନ୍ ନଥିଲା ତାହା ଏକ ମାଲବାହୀ ଟ୍ରେନ୍ ଥିଲା । ଯାହାଫଳରେ ସେହି ରେଳ ରେ ଲୁହା ପଥର ବୋଝୋଇ ମାଲକାନଗିରି ଇଞ୍ଜିନ୍ ଓ ଦୁଇଟି ୨ଟି ୱାଗନ୍ କ୍ଷତିଗ୍ରସ୍ତ ହୋଇଛି ।
ଏହି ଦୁର୍ଘଟଣା ପରେ ବିଶାଖାପାଟଣା ଓ କେରଣ୍ଡଲ ମଧ୍ୟରେ ରେଳ ଚଳାଚଳ ବ୍ୟାହତ ହୋଇଛି । ଭୈରପଗଡ଼ ମାଓ ସଂଗଠନ ନିଜକୁ ଦାୟୀ କରିଛି । ଆଗରୁ ମଧ୍ୟ ବାରମ୍ବାର ମାଓବାଦୀଙ୍କ ପକ୍ଷରୁ ଚେତାବନୀ ଦିଆଯାଉଥିବା ବେଳେ ଆଜି ଏପରି କାଣ୍ଡ ଘଟାଇଛନ୍ତି ମାଓବାଦୀ ।