ଦେଶ

ବବ୍‌-କଟ୍‌ ହେୟାର ଷ୍ଟାଇଲ କରିଥିବା ହାତୀ ଇଣ୍ଟରନେଟ୍‌ର ନୂଆ ଷ୍ଟାର

ଚେନ୍ନାଇ: ତାମିଲନାଡ଼ୁର ଗୋଟିଏ ହାତୀର ଆକର୍ଷଣୀୟ ତଥା ଅନନ୍ୟ କେଶ ରଖିବା ଷ୍ଟାଇଲ ଇଣ୍ଟରନେଟରେ ଏବେ ଭାଇରାଲ ହୋଇଛି। ଆପଣ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। ହେଲେ କଥାଟା ପୂରା ସତ। ତାମିଲନାଡ଼ୁର ବବ୍‌ କଟ୍‌ ହେୟାରୀ ଷ୍ଟାଇଲ ରଖିଥିବା ଏହି ହାତୀଟି ରାତାରାତି ଇଣ୍ଟରନେଟ୍‌ରେ ଷ୍ଟାର ବନିଯାଇଛି। ହାତୀଟି ତାମିଲନାଡୁର ଏକ ମନ୍ଦିରରେ ରହିବା ସହ ସେଠାରେ ହିଁ ତା’ର ଦେଖାଣୁଣା କରାଯାଉଛି।

ଇଣ୍ଡିଆନ ଫରେଷ୍ଟ ସର୍ଭିସ (ଆଇଏଫଏସ) ଅଧିକାରୀ ସୁଧା ରାମେନଙ୍କ ଅନୁଯାୟୀ, ଏହି ହାତିଟି ବବ-କଟ ସେଙ୍ଗାମାଲମ ନାମରେ ଜଣାଶୁଣା। ହାତୀଟିର ହେୟାର ଷ୍ଟାଇଲ ପାଇଁ ଏହାର ଏକ ଫ୍ୟାନ କ୍ଲବ ମଧ୍ୟ ଅଛି। ଅସାଧାରଣ ହେୟାର ଷ୍ଟାଇଲ ଯୋଗୁ ହାତୀଟି ଏହି ନାମରେ ପରିଚିତ। ମହନ୍ତ ଏସ ରାଜଗୋପାଳ ହାତୀଟିର ରକ୍ଷଣ ବେକ୍ଷଣ କାର୍ଯ୍ୟ ନିଜେ ବୁଝୁଛନ୍ତି। ତା’କୁ ଗାଧେଇ ଦେବା ସହ ତା’ର ସବୁ କଥା ସେ ବୁଝୁଛନ୍ତି।

ମନ୍ନାଇ ଅନ୍‌ଲାଇନ୍ ଅନୁଯାୟୀ, ସେଙ୍ଗମାଲମ୍ ୨୦୦୩ ରେ ରାଜଗୋପାଳ ସ୍ୱାମୀ ମନ୍ଦିରରେ ପହଞ୍ଚିଥିଲା। ସେବେଠାରୁ ସେ ସେହିଠାରେ ରହିଛି।

ଆହୁରି ପଢ଼ନ୍ତୁ

ଆଇଏଫଏସ୍ ଅଧିକାରୀ ସୁଧା ନିକଟରେ ତାଙ୍କ ଟ୍ୱିଟରରେ ହାତୀଟିର ଫଟୋ ପୋଷ୍ଟ କରିଥିଲେ ଓ ସେହି ଦିନଠାରୁ ଏହି ଟ୍ୱିଟ ଭାଇରାଲ ହେଉଛି।

ସୁଧା ଲେଖିଛନ୍ତି, “ହାତୀଟି ବବ୍-କଟ୍ ସେଙ୍ଗାମାଲମ୍ ନାମରେ ଜଣାଶୁଣା, ଏହାର କେଶ ଶୈଳୀ ବେଶ ନିଆରା। ଏଥିପାଇଁ ତା’ର ଶହଶହ ଫ୍ୟାନ ସୃଷ୍ଟି ହୋଇଛନ୍ତି ଓ ଏକ ବିରାଟ ଫ୍ୟାନ୍ କ୍ଲବ୍ ତିଆରି କରାଯାଇଛି। ଆପଣ ହାତୀଟିକୁ ଶ୍ରୀ ରାଜଗୋପାଳସ୍ୱାମୀ ମନ୍ଦିରରେ ଦେଖିପାରିବେ।”

ଆହୁରି ପଢ଼ନ୍ତୁ



[ad_2]

Show More
Back to top button