ନ୍ୟୁଜ୍ରାଜ୍ୟଶିକ୍ଷା

ତରବରିଆ ଭାବେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଅଭିଭାବକ ସଂଘର ବିରୋଧ

ସତ୍ୟଶିଖା(ଭୁବନେଶ୍ୱର ) ୨୯.୧୨.୨୦୨୧: ପ୍ରାୟ 2 ବର୍ଷ ପରେ ଖୋଲିବ ସ୍କୁଲ । ପୁଣି ସ୍କୁଲ ଯିବେ ଛାତ୍ରଛାତ୍ରୀ । ଅନଲାଇନ ଛାଡି କ୍ଲାସରୁମରେ ବସି ପଢିବେ ପାଠ ।  ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ । ଦୀର୍ଘ ୨୧ ମାସ ପରେ ଏଭଳି ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭,୦୦୦ ବିଦ୍ୟାଳୟ ଜାନୁଆରୀ  ୩ ତାରିଖ ଠାରୁ ଖୋଲିବ।

ଯେଉଁ ବିଦ୍ୟାଳୟରେ ଦଶମ ସମେଟିଭ୍‌-୧ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟଗୁଡ଼ିକ ଜାନୁଆରୀ ୧୦ରେ ଖୋଲିବ । ପୂର୍ବାହ୍ନ ୯ ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ହେବ ସ୍କୁଲରେ ପାଠପଢା । ସେପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି ଅଭିଭାବକ ସଂଘ । ମହାମାରୀ ସମୟରେ ସରକାର ଏଭଳି ତରବରିଆ ନିଷ୍ପତ୍ତି ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ସଂଘ ଅଭିଯୋଗ କରିଛି ।

କେନ୍ଦ୍ର ସରକାର ଯେତେବେଳେ 15 ରୁ 18 ବର୍ଷ ପିଲାଙ୍କ ପାଇଁ ଟୀକା ଆସନ୍ତା ଜାନୁଆରୀ 3 ତାରିଖରୁ ଦେବାପାଇଁ ଘୋଷଣା କରିଛନ୍ତି ସେହି ସମୟରେ ତରବରିଆ ଭାବେ କୌଣସି ଆଲୋଚନା ନ କରି ସ୍କୁଲ ଖୋଲିବା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ମତ ପ୍ରକାଶ ପାଇଛି l ଟୀକା ଆସିବା ପର୍ଯ୍ୟନ୍ତ ଅପେକ୍ଷା ପାଇଁ ମହାସଂଘ ଦାବି କରିଛି l

Show More
Back to top button