

ସତ୍ୟଶିଖା(ଭୁବନେଶ୍ୱର) ୧୭.୦୭.୨୦୨୧: ଆସନ୍ତା ଅକ୍ଟୋବର 1 ତାରିଖରୁ ଚଳିତ ବର୍ଷ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ କରିବାକୁ ନିର୍ଦ୍ଦେଶ । UGC ପକ୍ଷରୁ ପରୀକ୍ଷା ଓ ଶିକ୍ଷା ବର୍ଷ ପାଠପଢ଼ା ନେଇ ଗାଇଡଲାଇନ୍ ଜାରି କରାଯାଇଛି । 2021-22 ନାମଲେଖା ସେପ୍ଟେମ୍ବର 30 ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି ।
2021-22 ଶିକ୍ଷାବର୍ଷ ପରୀକ୍ଷା ପାଇଁ ଗାଇଡ଼ଲାଇନ ଜାରି କଲା ୟୁନିଭରସିଟି ଗ୍ରାଣ୍ଟ କମିଶନର UGC । ଖୁବଶୀଘ୍ର ବିଭିନ୍ନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି UGC କହିଛି । ଏଣ୍ଟ୍ରାନ୍ସ ରେଜଲ୍ଟ ବିଳମ୍ବ ହେଲେ ମଧ୍ୟ ଅକ୍ଟୋବର 1ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋରୋନା ଜନିତ କୌଣସି କାରଣରୁ ଛାତ୍ରଛାତ୍ରୀ ଆଡମିଶନ କରିନପାରିବେ ତେବେ ଫର୍ମ ପୂରଣ ବାବଦକୁ ସବୁ ଟଙ୍କା ଫେରସ୍ତ କରାଯାଇବ ।