ଅପରାଧଦୁର୍ଘଟଣାନ୍ୟୁଜ୍

ବିଷାକ୍ତ ଖାଦ୍ୟ ଖାଇ ଭାଇଭଉଣୀ ମୃତ

ସତ୍ୟଶିଖା( ବ୍ରହ୍ମପୁର)୨୬.୦୪.୨୦୨୨: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଡ଼ଗୁମ୍ମା ଗାଁରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ତଥା ୨ ଏବଂ ୪ ବର୍ଷର ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି । ଗାଁର ରାମକୃଷ୍ଣ ମହାରଣାଙ୍କ ପତ୍ନୀ ଏବଂ ତାଙ୍କର ଦୁଇ ପୁଅ ଝିଅ ଏହି ଦଶା ଭୋଗିଥିବା ଜଣାପଡ଼ିଛି । ରାମକୃଷ୍ଣଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଗତକାଲି ରାତିରେ ଖାଦ୍ୟ ଖାଇ ସାରିବା ପରେ ସମସ୍ତଙ୍କର ବାନ୍ତି ହୋଇଥିଲା ଏବଂ ସେମାନେ ଗୁରୁତର ହୋଇପଡ଼ିବାରୁ ସଙ୍ଗେ ସଙ୍ଗେ ସେମାନଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଭାଇ ଭଉଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖାଦ୍ୟରେ କେଉଁ ବିଷକ୍ରିୟା ଜନିତ ମୃତ୍ୟୁ ହୋଇଛି ତାହା ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ଥାନା ଅଧିକାରୀଙ୍କ କହିବାନୁସାରେ ଗୁରୁତର ଏବଂ ମୃତକମାନେ ଗତକାଲି କ୍ଷୀର ପିଇଥିଲେ । ଫଳରେ ସେମାନଙ୍କ ଶରୀରେ ବିଷକ୍ରିୟା ସୃଷ୍ଟି ହୋଇଥିଲା । ତେବେ ଗତକାଲି ରାତିରେ ସମସ୍ତଙ୍କୁ ଗଞ୍ଜାମ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତଙ୍କ ଦେହରେ ସାଲାଇନ୍ ଲାଗିଥିଲା ଏବଂ ସେମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଜି ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଛତ୍ରପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ରାମକୃଷ୍ଣଙ୍କ ପତ୍ନୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।
ପୁଲିସ୍ ଦୁଇ ଶିଶୁଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷୀରରେ କ’ଣ ମିଶିଥିଲା ସେ ନେଇ ତଦନ୍ତ ଜାରି ରଖିଛି । ଅପରପକ୍ଷେ ରାମକୃଷ୍ଣ ବାହାରେ ରହି କାର୍ଯ୍ୟ କରୁଥିବା ମୃତ୍ୟୁ ଖବର ଶୁଣି ଘରେ ପହଞ୍ôଚଛନ୍ତି । ତେବେ ଗତକାଲି ରାତିରେ ରାମକୃଷ୍ଣଙ୍କ ପତ୍ନୀ ଏବଂ ଦୁଇ ପିଲା ତାଙ୍କ ଅଜା,ଆଈଙ୍କ ସହ ଘରେ ଥିଲେ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି । ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Show More
Back to top button