

ସତ୍ୟଶିଖା(ଭୁବନେଶ୍ୱର ) ୨୭.୦୮ .୨୦୨୧: ସୌସୁମୀ ଅଧିବେସନ ପୂର୍ବରୁ ସର୍ବଦଳୀୟ ବୈଠକ ଡ଼ାକିଲେ ବାଚସ୍ପତି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ହେବ ଏହି ବୈଠକ । ଆଗକୁ ମୌସୁମୀ ଅଧିବେସନ ଥିବା ବେଳେ କେମିତି ଚାଲିବ ଅଧିବେଶନ ସେନେଇ ହେବ ଆଲୋଚନା । ସେପ୍ଟମ୍ବର ୧ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥର ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ବିଧାନସଭାର କାର୍ଯ୍ୟବିଧି କେମିତି ଚାଲିବ ସେନେଇ ସର୍ବଦଳୀୟ ବୈଠକ ଡାକିଠଛନ୍ତି ବାଚସ୍ପତି । ଏଥର ଅଧିବେଶନ ସରଗରମ ହେବାକୁ ଯାଉଛି । ମାଳ ମାଳ ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ।