ଦେଶ

ରାଣୀ ଏଲିଜାବେଥଙ୍କୁ ସଂକ୍ରମଣ ଭୟ, ବୋରିସଙ୍କୁ ଭେଟିଥିଲେ

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମହାମାରୀ କରୋନା ଭୂତାଣରୁରେ ଆକ୍ରାନ୍ତ ହେବା ପରେ ରାଣୀ ଏଲିଜାବେଥଙ୍କୁ ମଧ୍ୟ ସଂକ୍ରମଣର ଭୟ ଘାରିଛି। କାରଣ ରାଣୀ ଏଲିଜାବେଥ ମାର୍ଚ୍ଚ ୧୧ରେ ବୋରିସଙ୍କୁ ଭେଟିଥିଲେ। ତେଣୁ ତାଙ୍କୁ କରୋନା ସଂକ୍ରମିତ କରିଛି କି ନାହିଁ, ତା’କୁ ନେଇ ଆଶା ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ବକିଂହାମ ପ୍ୟାଲେସ ପକ୍ଷରୁ କୁହାଯାଇଛି ଯେ ରାଣୀ ଏଲିଜାବେଥ ଶେଷଥର ପାଇଁ ମାର୍ଚ୍ଚ ୧୧ରେ ବୋରିସଙ୍କୁ ଭେଟିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଭାବେ ଠିକ ରହିଛି। ସେ ସମସ୍ତ ପ୍ରକାରର ନିୟମ ପାଳନ କରି ସୁସ୍ଥ ରହିଛନ୍ତି।”

୯୩ ବର୍ଷୀୟ ରାଣୀ ପଶ୍ଚିମ ଲଣ୍ଡନର ୱିଣ୍ଡସୋର କାଷ୍ଟେଲ ସ୍ଥିତ ବାସଭବନରେ ରହିଛନ୍ତି। ତାଙ୍କ ସହ ତାଙ୍କ ପତି ୯୮ ବର୍ଷୀୟ ପ୍ରିନ୍ସ ଫିଲିପ ଓ ଅଳ୍ପ କିଛି ସଂଖ୍ୟକ କର୍ମଚାରୀ ରହିଛନ୍ତି।

ପ୍ରଧାନମନ୍ତ୍ରୀ ଜନସନ କରୋନାରେ ଆକ୍ରାନ୍ତ ହୋଇଥିବା ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ବିଶ୍ୱକୁ ଅବଗତ କରାଇଛନ୍ତି। ଏହାର କିଛି ଘଣ୍ଟା ପରେ ସ୍ୱାସ୍ଥ୍ୟ ସଚିବ ମଧ୍ୟ କରୋନା ଭୂତାଣରୁରେ ଆକ୍ରାନ୍ତ ଥିବା ଖବର ସାମ୍ନାକୁ ଆସିଥିଲା।

[ad_2]
Show More
Back to top button