ରାଜ୍ୟ

ବନ୍ଦ ରହିବ ନିୟମିତ ‘ମୋ ବସ୍’ ସେବା

ସତ୍ୟଶିଖା(ଭୁବନେଶ୍ୱର) ୧୯ .୦୫.୨୦୨୧: ପୂରା ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବର୍ଦ୍ଧିତ ଲକ୍‌ଡାଉନ୍‌ରେ ସାଧାରଣ ପରିବହନ, ଯେପରିକି ବସ୍ ଚଳାଚଳ ବନ୍ଦ ରହିବ। ଏହି କ୍ରମରେ ମୋ ବସ୍‌ର ନିୟମିତ ସେବା ମଧ୍ୟ ବନ୍ଦ ରହିବ।

କ୍ୟାପିଟାଲ୍ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ବିଜ୍ଞପ୍ତି ଜାରି କୁହାଯାଇଛି ଯେ ବର୍ଦ୍ଧିତ ଲକ୍‌ଡାଉନ୍‌ରେ  ‘ମୋ ବସ୍’ର ନିୟମିତ ସେବା ବନ୍ଦ ରହିବ। ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ‘ମୋ ବସ୍’ର ନିୟମିତ ସେବା ବନ୍ଦ ରହିବ ବୋଲି ଏଥିରେ କୁହାଯାଇଛି। ତେବେ ରେଳ ଷ୍ଟେସନରୁ କଟକ ଓ ଖୋର୍ଦ୍ଧାକୁ ‘ମୋ ବସ୍’ ଚାଲିବ। ସେହିପରି ବିମାନ ବନ୍ଦରରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ସଟଲ୍ ସର୍ଭିସ୍ ଜାରି ରହିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

Show More
Back to top button