

ସତ୍ୟଶିଖା (ନୂଆଦିଲ୍ଲୀ) ୨୭/୦୧/୨୦୨୧ : ଫେବୃଆରୀ ୧ ତାରିଖରୁ କିଛି ପରିବର୍ତ୍ତନ ହେବ । ସବୁଠାରୁ ଗୁରୁତ୍ତ୍ୱପୂର୍ଣ ହେଲା ଫେବୃଆରୀ ୧ ତାରିଖରେ ସାଧାରଣ ବଜେଟ ପେଶ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମାନ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ବଜେଟ ପେଶ କରିବେ । ବଜେଟରେ ଅନେକ ବଡ ବଡ ଘୋଷଣା ହେବ । ଏହାର ସିଧା ପ୍ରଭାବ ଜନତାଙ୍କ ଉପରେ ପଡିବ। ବଜେଟ୍ ଛଡା ମଧ୍ୟ ଅନେକ ପରିବର୍ତ୍ତନ ହେବ ।
୧. ବଦଳିବ ଗ୍ୟାସ ସିଲିଣ୍ଡର ଦାମ – ପ୍ରତି ମାସ ଏ ତାରିଖରେ ତୈଳ କମ୍ପାନୀ ରୋଷେଇ ଗ୍ୟାସ ସିଲିଣ୍ଡର ଓ କମର୍ସିୟାଲ ସିଲିଣ୍ଡର ଦାମ ଧାର୍ଯ୍ୟ କରିଥାନ୍ତି । ଫେବୃଆରୀ ୧ ତାରିଖରେ ଗ୍ୟାସ ସିଲିଣ୍ଡର ଦାମ ବଦଳିବ । ଜାନୁଆରୀ ମାସରେ ସିଲିଣ୍ଡର ଦାମ ବଢିନଥିଲା । କିନ୍ତୁ ଗତ ଡିସେମ୍ବର ମାସରେ ଗ୍ୟାସ ସିଲିଣ୍ଡର ଦାମ ଦୁଇଥର ବଢିଥିଲା ।
୨. ଏହି ଏଟିଏମରୁ କାଢି ପାରିବେନି ଟଙ୍କା – ସାରା ଦେଶରେ ବୃଦ୍ଧି ପାଉଥିବା ଏଟିଏମ ଠକେଇକୁ ରୋକିବାକୁ ପିଏନବି ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକ ଫେବୃଆରୀ ୧ ତାରିଖରୁ ଅଣ ଇଏମଭି (EMV) ଏଟିଏମରୁ ଟଙ୍କା ଉଠାଇ ପାରିବେନି ।
୩. ଆରମ୍ଭ ହେବ ଅନ୍ତରାଷ୍ଟ୍ରୀୟ ବିମାନ ସେବା – ଏୟାର ଇଣ୍ଡିଆ ଏକ୍ସପ୍ରେସ ନୂଆ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଛି । ଫେବୃଆରୀରୁ ମାର୍ଚ୍ଚ ୨୭ ତାରିଖ ମଧ୍ୟରେ ତ୍ରିଚି ଓ ସିଙ୍ଗାପୁର ମଧ୍ୟରେ ପ୍ରତିଦିନ ବିମାନ ଚଳାଚଳ ଆରମ୍ଭ କରିବ । ଏହି ରୁଟରେ ଅନ୍ୟ କନେକ୍ସନ ମଧ୍ୟ ରହିବ, ଯେଭଳି ବିଜୟବାଡା, ହାଇଦ୍ରାବାଦ, ମେଙ୍ଗାଲୁରୁ, କୋଝିକୋଡ଼, କୁନ୍ନୁର ଓ କୋଚି । ଏହା ପୂର୍ବରୁ ଜାନୁଆରୀରେ ମଧ୍ୟ ଏୟାର ଇଣ୍ଡିଆ ଏକ୍ସପ୍ରେସ କିଛି ବିମାନ ଚଳାଚଳ ଆରମ୍ଭ କରିଛି ।
୪. କମ୍ ହୋଇପାରେ ଏହିସବୁ ଜିନିଷର ଦାମ – ଫେବୃଆରୀ ୧ ତାରିଖରୁ ମୋଦି ସରକାର ବଜେଟ ପେଶ କରିବେ । ସରକାର ଅନେକ ବସ୍ତୁରୁ ସୀମା ଶୁଳ୍କ (Custom duty) ରିହାତି ଦେଇପାରନ୍ତି । ଦୂର ସଂଚାର ଉପକରଣ, ରବର ତିଆରି ଉତ୍ପାଦ, ଚମଡା, ପଲିସ ହୀରା ଆଦିରୁ ଆମଦାନୀ ଶୁଳ୍କ ରିହାତି କରାଯାଇପାରେ ବୋଲି କୁହାଯାଉଛି ।