

ସତ୍ୟଶିଖା(ନୂଆଦିଲ୍ଲୀ )୦୧.୦୨.୨୦୨୨ : ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନା କରୁଛନ୍ତି। ଚତୁର୍ଥ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ। ଚଳିତ ଆର୍ôଥକ ବର୍ଷରେ ଅଭିବୃଦ୍ଧି ହାର ୯.୨%। ୨୦୧୪ରୁ ଆମ ସରକାର ଲୋକଙ୍କ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇଛନ୍ତି। ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚା ଯାଇ ପାରୁଛି। ସ୍ୱାସ୍ଥ୍ୟ ଭିତ୍ତିଭୂମି,ତ୍ୱରିତ ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି। ନୀଳାଚଳ ଇସ୍ପାତ ନିଗମ ଲି,ବିନିବେଶ ଚୂଡାନ୍ତ କରାଯାଉଛି।