

ସତ୍ୟଶିଖା ୩୦.୦୭.୨୦୨୦ : 1998 ମସିହା ଫେବୃୟାରୀ ମାସରେ ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାରୁ ଚୋରି ହୋଇଥିବା ନଟରାଜ ଶିବଙ୍କ ଦୁର୍ଲ୍ଲଭ ପ୍ରତିମା ଭାରତକୁ ଫେରିବ। 2005ରେ ଲଣ୍ଡନରୁ ଏହି ମୂର୍ତ୍ତି ଉଦ୍ଧାର ହୋଇଥିଲା । ପରେ ଏହା ଲଣ୍ଡନରେ ଥିବା ଭାରତ କମିଶନ ଅଫିସରେ ରଖାଯାଇଥିଲା । ଚିତ୍ତରଗଡ଼ ଘାଟେଶ୍ୱର ମନ୍ଦିରରୁ ଏହା ଚୋରି ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା । ମୂର୍ତ୍ତିଟି ଭାରତ ଫେରିବା ପରେ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI)କୁ ହସ୍ତାନ୍ତର କରାଯିବ । ଆଜି ଏହି ଦୁର୍ଲଭ ମୂର୍ତ୍ତି ଭାରତ ଫେରିବ ବୋଲି ଜଣାପଡିଛି । ଏହି ପ୍ରତି ମୂର୍ତ୍ତି ଟି 9ମ ଶତାବ୍ଦୀର ବୋଲି ଜଣାପଡିଛି ।
2003ରେ ଏହି ମୂର୍ତ୍ତି ଚୋରି ହୋଇ ବ୍ରିଟେନକୁ ଅଣାଯାଇଥିବା ନେଇ ବ୍ରିଟିଶ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । କର୍ତ୍ତୃପକ୍ଷ ଘରୋଇ ପ୍ରତିମା ସଂଗ୍ରହକାରୀଙ୍କ ସହ କଥା ହୋଇଥିଲେ । ସ୍ବେଚ୍ଛାକୃତ ଭାବରେ ଜଣେ ସଂଗ୍ରହକାରୀ ଏହି ପ୍ରତିମୂର୍ତ୍ତିକୁ 2005 ମସିହାରେ ଭାରତୀୟ ଉଚ୍ଚ ଆୟୋଗକୁ ଦେଇଥିଲେ । ସେବେଠାରୁ ଏହି ପ୍ରତିମା ଇଣ୍ଡିଆ କମିଶନ ହାଉସ୍ ପ୍ରଦର୍ଶିତ ହେଉଥିଲା । 2017ରେ, ASIର ବିଶେଷଜ୍ଞ ଦଳ ଏହାକୁ ଭାରତର ବୋଲି ନିଶ୍ଚିତ କରିଥିଲେ, ଏବଂ ଏହା ସେହି ଘାଟେଶ୍ୱର ମନ୍ଦିରରୁ ଚୋରି ହୋଇଥିବା ପ୍ରତିମା ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ ।
ଏହା ପୂର୍ବରୁ ମଧ୍ୟ ଭାରତର ଅନେକ ପୁରାତନ ସମ୍ପ୍ରତି ଉଦ୍ଧାର ହୋଇଛି । କୃଷ୍ଣଙ୍କର ଏକାଦଶ ଶତାବ୍ଦୀର ପିତ୍ତଳ ପ୍ରତିମୂର୍ତ୍ତି ଏବଂ ଦ୍ୱିତୀୟ ଶତାବ୍ଦୀର ଚୂନ ପଥର ଖୋଦିତ ସ୍ତମ୍ଭକୁ ଅଗଷ୍ଟ 15, 2019 ରେ ଆମେରିକା ଦୂତାବାସ ଦ୍ୱାରା ଫେରସ୍ତ କରାଯାଇଥିଲା । ସେହିପରି ଅଗଷ୍ଟ 15, 2018ରେ ମଧ୍ୟ ଦ୍ୱାଦଶ ଶତାବ୍ଦୀର ବୁଦ୍ଧଙ୍କର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଏବଂ ସ୍କଟଲ୍ୟାଣ୍ଡର ୟାର୍ଡ ଦ୍ୱାରା ବ୍ରହ୍ମା-ବ୍ରାହ୍ମଣ ମୂର୍ତ୍ତି ASIକୁ ହସ୍ତାନ୍ତର କରାଯାଇଥିଲା ।