ଧର୍ମନ୍ୟୁଜ୍ରାଜ୍ୟ

ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପୂଜା ନୀତି ଆରମ୍ଭ

ସତ୍ୟଶିଖା(ବାଙ୍କୀ )୧୨.୧୦ .୨୦୨୧: ଚର୍ଚିକାଙ୍କ ପୀଠରେ ଆଜି ପାଳିତ ହେଉଛି ମହାଷ୍ଟମୀ ପୂଜା । ଏନେଇ ମା ଙ୍କ ପୀଠ ହୋଇ ଉଠିଛି ଚଳ ଚଞ୍ଚଳ । ସ୍ୱତନ୍ତ୍ର ରୀତିନୀତିରେ ଚଣ୍ଡୀ ପାଠ ସହିତ ପୂଜାର୍ଚ୍ଚନା କରାଯିବାର ସମସ୍ତ ବିଧି ବ୍ୟବସ୍ଥା ରହିଛି ମନ୍ଦିର ସେବାୟତଙ୍କ ପକ୍ଷରୁ । ଆଜି ସକାଳୁ ମହାନଦୀ ରେଣୁକା ଘାଟରୁ ୧୦୮ ଗରା ପାଣି ମାଠିଆ ଆସି ମାଙ୍କୁ ସ୍ନାନ ସକାଳ ଧୂପ ପରେ ମଧ୍ୟାହ୍ନ ଆଳତି ପରେ ସନ୍ଧ୍ୟା କାଳୀନ ସମସ୍ତ ପୂଜାପାଠ କରାଯିବାର ବ୍ୟବସ୍ଥା କରାଯାଇଛି ।

ଆଜିର ଦିନରେ ରାତି ଉଜାଗର ରହି ଯେ ମାଙ୍କ ପୀଠରେ ଦୀପ ଜଳିବ ତାର ମନସ୍କାମନା ପୂର୍ଣ ହୁଏ ବୋଲି ସେ ବିଶ୍ୱାସ ରହିଛି । ଆଜିର ଦିନରେ କାହିଁ କେତେଆଡୁ ଶ୍ରଦ୍ଧାଳୁ ଆସି ଭିଡ଼ ଜମେଇ ଥାନ୍ତି ମାଙ୍କ ପୀଠରେ । ବିଶେଷ କରି ରାତିରେ ମହିସା ମର୍ଦ୍ଧିନୀ ବେଶରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ ମା । ଏହି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Show More
Back to top button