ଦେଶ

ବେଙ୍ଗଲ ପାଇଁ ବାଂଲାଦେଶ ସହ ସୃଷ୍ଟି ହେଉଛି ବ୍ୟବସାୟିକ ତିକ୍ତତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବେ ଭାରତ ସରକାରଙ୍କ ପଡ଼ୋଶୀ ପ୍ରଥମ ନୀତିରେ ପ୍ରମୁଖ ବାଧକ ହୋଇ ଛିଡ଼ା ହୋଇଛି। ମାର୍ଚ୍ଚ ମାସ ଠାରୁ ମମତା ବାନାର୍ଜୀ ସରକାର ବାଂଲାଦେଶରୁ ଆସୁଥିବା ସମସ୍ତ ପ୍ରକାରର ସାମଗ୍ରୀ ଗଚ୍ଛିତ ଟ୍ରକ୍‌ ଉପରେ ରୋକ ଲଗାଇଛନ୍ତି। ପେତ୍ରାପୋଲେ-ବେନାପୋଲେ ସୀମା ଦେଇ ଆସୁଥିବା ଟ୍ରକଗୁଡ଼ିକ ଉପରେ ରୋକ ଲଗାଇ ଯାଇଛି।

ଏହି କାଣରରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ବ୍ୟବସାୟିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି କାରଣରୁ ଏବେ ବାଂଲାଦେଶ ସେଠାକୁ ଯାଉଥିବା ଭାରତର ଟ୍ରକ୍‌ ଗୁଡ଼ିକ ଉପରେ ମଧ୍ୟ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବେଙ୍ଗଲ ସରକାରଙ୍କ ଏକ ଚାଟିଆ ନିଷ୍ପତ୍ତି ଯୋଗୁ ଭାରତ ଓ ବାଂଲାଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ହ୍ରାସ ପାଇଛି। ୨୦୧୯ ଏପ୍ରିଲ-ମେ’ରେ ଭାରତ ଓ ବାଂଲାଦେଶ ମଧ୍ୟରେ ୨ ବିଲିୟନ ଡଲାରର ବ୍ୟବସାୟିକ ସମ୍ପର୍କ ରହିଥିଲା। ତେବେ ଏବେ ଦୁଇ ଦେଶ ମଧ୍ୟରେ ଏପ୍ରିଲ-ମେ’ ମାସରେ ମଧ୍ୟରେ ମାତ୍ର ୪୨୪ ମିଲିୟ ଡଲାରର କାରବାର ହୋଇଛି।

୨୦୧୯ର ପ୍ରଥମ ୫ ମାସ ଅର୍ଥାତ ଜାନୁଆରୀରୁ ମେ’ ମଧ୍ୟରେ ୪.୧ ବିଲିୟନ ଡଲାରର କାରବାର ହୋଇଥିଲା। ହେଲେ ୨୦୨୦ର ପ୍ରଥମ ୫ମାସ ମଧ୍ୟରେ ୨.୯ ବିଲିୟନ ଡଲାର ବ୍ୟବସାୟ ହୋଇଛି।

ଆହୁରି ପଢ଼ନ୍ତୁ

ବାଂଲାଦେଶ ବ୍ୟବସାୟିକ କ୍ଷତି ସହୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା। ଜୁଲାଇ ୧ରୁ ବାଂଲାଦେଶ ମଧ୍ୟ ଭାରତୀୟ ଟ୍ରକ ଗୁଡ଼ିକର ପ୍ରବେଶ ପାଇଁ ଅନୁମତି ଦେବନାହିଁ ବୋଲି କହିଥିଲା। ତଥାପି ବାଂଲାଦେଶ ଅଭିମୁଖେ ଭାରତରୁ ୧୦୪ଟି ଟ୍ରକ୍‌ ଯାଇଛି। ଏଗୁଡ଼ିକ ଅଧା ବାଟରେ ଅଟକି ରହିଥିବା ଜଣାପଡ଼ିଛି।

ମାର୍ଚ୍ଚ ୨୩ରୁ କରୋନାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ସରକାର ପେତ୍ରାପୋଲେ-ବେନାପୋଲେ ସୀମା ଦେଇ ବାଂଲାଦେଶରୁ ଆସୁଥିବା ଟ୍ରକ୍‌ଗୁଡ଼ିକ ଉପରେ ରୋକ ଲଗାଇଛନ୍ତି।

ଏପ୍ରିଲ ୨୯ରେ କିଛି ଦିନ ପାଇଁ ସୀମା ଖୋଲା ଯାଇଥିଲା। ତେବେ ପୁଣିଥରେ ସରକାର ମେ’ ୨ରୁ ଏହାକୁ ବନ୍ଦ କରିଦେଇଛନ୍ତି। ଜୁନ୍‌ ୭ରେ ସୀମା ଖୋଲା ଯାଇଥିଲା। କିନ୍ତୁ କେବଳ ଭାରତୀୟ ଟ୍ରକ୍‌କୁ ବାଂଲାଦେଶ ଯିବାକୁ ଅନୁମତି ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button