ନ୍ୟୁଜ୍ରାଜ୍ୟ

ଆଇପିଏସ୍ ସୁନୀଲ କୁମାର ବଂଶଲ ହେବେ ରାଜ୍ୟ ପୋଲିସର ନୂଆ ଡିଜିପି

ସତ୍ୟଶିଖା (ଭୁବନେଶ୍ୱର) ୧୫.୧୨.୨୦୨୧: ଆଇପିଏସ ସୁନୀଲ ବଂଶଲ ହେଲେ ନୂଆ ଡିଜିପି । ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ । ନୂଆ ବର୍ଷରୁ ଦାୟିତ୍ୱ ନେବେ ନୂଆ ଡିଜିପି । ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ହେଉଛନ୍ତି ସୁନୀଲ ବଂଶଲ । ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶ ଭାବେ କାମ କରୁଛନ୍ତି ।

ଡିସେମ୍ବର ମାସରେ ଏବେକାର ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରୁଛି । ଏଥିଲାଗି ତାପରେ କିଏ ହେବ ରାଜ୍ୟ ପୋଲିସର ନୂଆ ମୁଖିଆ । ସେନେଇ କଳ୍ପନାଜଳ୍ପନା ଚାଲିଥିଲା । ନୂଆ ଡିଜିପି ପାଇଁ ରାଜ୍ୟ ସରକାର ୧୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାମ ୟୁପିଏସସିକୁ ସୁପାରିଶ କରିଥିଲେ। ଏହି ୧୪ଜଣ ଆଇପିଏସ ଅଫିସରଙ୍କ  ମଧ୍ୟରୁ ୟୁପିଏସସି କମିଟି ସ୍କ୍ରୁଟିନି କରି ୩ଜଣଙ୍କ ନାମ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲା।  ଏହି ତିନି ଆଇପିଏସ ଅଫିସର ସୁନୀଲ ବଂଶଲ, ମନୋଜ ଛାବ୍ରା ଏବଂ ପ୍ରଦୀପ କାପୁର ରହିଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ ରାଜ୍ୟ ସରକାର ୧୯୮୭ ବ୍ୟାଚର୍‌ ଆଇପିଏସ୍‌ କ୍ୟାଡର ସୁନୀଲ ବଂଶଲଙ୍କ ନାମ ଉପରେ ମୋହର ମାରିଥିଲେ । ସୁନୀଲ ବଂଶଲ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି । ଏହି ବରିଷ୍ଠ ଆଇପିଏସ୍‌ ଅଫିସର ସୁନୀଲ ବଂଶଲ ଏବେ ଆଇବିରେ କାର୍ଯ୍ୟ କରୁଛନ୍ତି । ଆଉ ୬ ମାସ ରହିଛି ତାଙ୍କର କାର୍ଯ୍ୟକାଳ । ନୂତନ ବର୍ଷରୁ ନୂଆ ଡିଜିପି ଭାବେ ଦାୟିତ୍ୱ ସମ୍ଭାଳିବ ସୁନୀଲ ବଂଶଲ ।

Show More
Back to top button