Uncategorizedରାଜ୍ୟ

୨୬ରୁ ପ୍ରବଳ ବର୍ଷା

ସତ୍ୟଶିଖା(ଭୁବନେଶ୍ୱର )୨୧.୦୯ .୨୦୨୧:   ସେ‌େ‌ପ୍ଟମ୍ବର ମାସ ଶେଷ ସପ୍ତାହ ରାଜ୍ୟ ପାଇଁ ଆହୁରି ଅଧିକ ବର୍ଷା ଆଣିବ। ଆସନ୍ତା ୨୫ ତାରିଖରୁ ପୂର୍ବ କେନ୍ଦ୍ରୀୟ ଓ ଏହାର ନିକଟବର୍ତ୍ତୀ ବଙ୍ଗୋପସାଗରରେ ଏକ ଘର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ୨୬ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଓଡ଼ିଶା ଉପରେ ସକ୍ରିୟ ଥିବାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଓ ବାକି ଜିଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। କଳାହାଣ୍ଡି, ଗଞ୍ଜାମ, ବାଲେଶ୍ବର ଓ ସମ୍ବଲପୁର ଜିଲାରେ ମଧ୍ୟ ବର୍ଷା  ହୋଇଛି। ଭବାନୀପାଟଣାରେ ସର୍ବାଧିକ ୮ ସେମି ବର୍ଷା ରେକର୍ଡ଼ କରାଯାଇଛି। ପୁରୁଷୋତ୍ତମପୁର (ଗଞ୍ଜାମ), ଜୟପୁର(ବାଲେଶ୍ବର), ରେଢାଖୋଲ (ସମ୍ବଲପୁର)ରେ ୭ ସେମି ବର୍ଷା ରେକର୍ଡ଼ କରାଯାଇଛି। ଆସନ୍ତାକାଲି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୋନପୁର, ସମ୍ବଲପୁର ଓ ଦେବଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ ଏହି ସବୁ ଜିଲାଗୁଡ଼ିକୁ ହଳଦିଆ ସତର୍କତା ଜାରି କରାଯାଇଛି। ସେହିପରି ଘର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ପବନର ବେଗ ୪୦-୫୦ କିମି ରହିପାରେ। ସ୍ଥଳବିଶେଷରେ ଏହା ଘଣ୍ଟାକୁ ୬୦ କିମି ହୋଇପାରେ। ତେଣୁ ଆସନ୍ତା ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

Show More
Back to top button