ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ

ସତ୍ୟଶିଖା( ଭୁବନେଶ୍ୱର )୨୪.୦୩.୨୦୨୨ :  ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ହ୍ରାସ ପାଉଛି। ରାଜ୍ୟରେ ଆଉ ୩୮ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୯,ସଙ୍ଗରୋଧରୁ ୨୩, ସ୍ଥାନୀୟ ୧୫। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୮୭,୩୨୩କୁ ବୃଦ୍ଧି ପାଇଛି। ୧୨,୭୭,୬୭୭ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୭୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୧୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୨,ବରଗଡ ୧, ବୌଦ୍ଧ୧, ଗଜପତି ୮, ଗଞ୍ଜାମ ୨, ଜଗତସିଂହପୁର ୧, ଯାଜପୁର ୬, ଝାରସୁଗୁଡା ୧, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୬, ମୟୁରଭଞ୍ଜ ୧, ସମ୍ବଲପୁର ୨, ସୁନ୍ଦରଗଡ ୪, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Show More
Back to top button