ପୁଣି ଚୀନ୍ ବିରୋଧରେ ବର୍ଷିଲେ ଡୋନାଲ୍ଡ ଟ୍ରମ୍ପ


ଓ୍ୱାଶିଂଟନ: ଚୀନ ଏବେ କରୋନା ଭାଇରସ ପାଇଁ ସାରା ବିଶ୍ୱରେ ସମାଲୋଚନାର ଶିକାର ହେଉଛି। କରୋନା ପାଇଁ ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ଏବେ ଶତ୍ରୁତା ଆଡ଼କୁ ମୁହାଁଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ୱାର ଚୀନକୁ କରୋନା ପ୍ରସଙ୍ଗରେ ସମାଲୋଚନା କରୁଛନ୍ତି। ଏବେ ପୁଣି ଆଉ ଥରେ ଚୀନ୍ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି ଚୀନ୍ ଆମେରିକା ଓ ଅନ୍ୟାନ୍ୟ ଦେଶ ସହିତ ଯେଉଁ ଚୁକ୍ତି କରିଥିଲା ତାହାକୁ ସେ ଉଲ୍ଲଘଂନ କରୁଛି।
President @realDonaldTrump: The United States wants an open and constructive relationship with China but achieving that relationship requires us to vigorously defend our national interests. The Chinese government has continually violated its promises to us and many other nations. pic.twitter.com/nGRHROrF09
— Department of State (@StateDept) June 15, 2020
ଆହୁରି ପଢ଼ନ୍ତୁ
ଆମେରିକାର ଡିପାର୍ଟମେଣ୍ଟ ଅଫ୍ ଷ୍ଟେଟ୍ ଟୁଇଟ୍ କରି କହିଛି, ଆମେରିକା ଚୀନ୍ ସହିତ ସାର୍ବଜନୀନ ଭାବରେ ଏକ ସମ୍ପର୍କ ରଖିବା ପାଇଁ ଚାହୁଁଛି। ଏହି ସମର୍କ ଆଗକୁ ନେବାକୁ ହେଲେ ଆମେରିକାକୁ ପ୍ରଥମେ ନିଜ ଦେଶର ସ୍ୱାର୍ଥକୁ ଆଗକୁ ରଖିବାକୁ ହେବ। ହେଲେ ଚୀନ୍ ସରକାର ଲଗାତାର ଭାବରେ ଆମେରିକା ଏବଂ ଅନ୍ୟାନ୍ୟ ଦେଶ ସହିତ ଯେଉଁ ଚୁକ୍ତି କରୁଛି ତାହାକୁ ଉଲ୍ଲଘଂନ କରୁଛି।
ସୂଚନାଯୋଗ୍ୟ, କରୋନା ବ୍ୟାପିବା ପଛରେ ଚୀନର ମନ୍ଦ ଉଦ୍ଦେଶ୍ୟ ରହିଛି। ବେଜିଂ ବିଳମ୍ୱରେ ସୂଚନା ଦେବାରୁ ସାରା ବିଶ୍ୱକୁ ଏହି ଘାତକ ଭାଇରସ ବ୍ୟାପିଛି ବୋଲି ଟ୍ରମ୍ପ ଏବଂ ତାଙ୍କ ସରକାର କହିଛନ୍ତି। କରୋନା ପାଇଁ ସର୍ବାଧିକ କ୍ଷତି ହୋଇଥିବା ଦେଶ ମଧ୍ୟରେ ଆମେରିକା ରହିଛି।
[ad_2]