ଦେଶନ୍ୟୁଜ୍ବିଦେଶ

୪ ଦିନକୁ କମିପାରେ ସାପ୍ତାହିକ କାର୍ଯ୍ୟଦିବସ !

ସତ୍ୟଶିଖା(ଲଣ୍ଡନ ) ୨୨.୦୧.୨୦୨୨ :  ବ୍ରିଟେନରେ ଏଣିକି ସାପ୍ତାହିକ କାର୍ଯ୍ୟଦିବସ ୪ ଦିନ ହେବ। ସରକାର ପରୀକ୍ଷାମୂଳକ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହାଦ୍ବାରା କର୍ମଚାରୀମାନେ କାର୍ଯ୍ୟାଳୟରେ କମ୍‌ ସମୟ ରହିବେ ଏବଂ ପରିବାର ସହ ଅଧିକ ସମୟ ଅତିବାହିତ କରିବାର ସୁଯୋଗ ପାଇବେ ବୋଲି ସରକାର ବିଚାର କରୁଛନ୍ତି। ସପ୍ତାହର ଅବଶିଷ୍ଟ ୨ଦିନ ଛୁଟି ପାଇଁ ଦରମା କଟାଯିବ ନାହିଁ। ଦେଶର ବିଭିନ୍ନ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଆସନ୍ତା ଜୁନ୍‌ରୁ ଏହାର ପ୍ରଚଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଓ ଆୟାରଲାଣ୍ଡରେ ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଛି। କାନାଡ଼ା, ଅଷ୍ଟ୍ରେଲିଆ ଓ ନ୍ୟୁଜିଳାଣ୍ଡ ସମାନ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି। ଲଣ୍ଡନ: ବ୍ରିଟେନରେ ଏଣିକି ସାପ୍ତାହିକ କାର୍ଯ୍ୟଦିବସ ୪ ଦିନ ହେବ। ସରକାର ପରୀକ୍ଷାମୂଳକ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହାଦ୍ବାରା କର୍ମଚାରୀମାନେ କାର୍ଯ୍ୟାଳୟରେ କମ୍‌ ସମୟ ରହିବେ ଏବଂ ପରିବାର ସହ ଅଧିକ ସମୟ ଅତିବାହିତ କରିବାର ସୁଯୋଗ ପାଇବେ ବୋଲି ସରକାର ବିଚାର କରୁଛନ୍ତି। ସପ୍ତାହର ଅବଶିଷ୍ଟ ୨ଦିନ ଛୁଟି ପାଇଁ ଦରମା କଟାଯିବ ନାହିଁ। ଦେଶର ବିଭିନ୍ନ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଆସନ୍ତା ଜୁନ୍‌ରୁ ଏହାର ପ୍ରଚଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଓ ଆୟାରଲାଣ୍ଡରେ ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଛି। କାନାଡ଼ା, ଅଷ୍ଟ୍ରେଲିଆ ଓ ନ୍ୟୁଜିଳାଣ୍ଡ ସମାନ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି।

Show More
Back to top button