

ସତ୍ୟଶିଖା (ଭୁବନେଶ୍ୱର) ୦୯.୦୩.୨୦୨୨: ଏପ୍ରିଲ ମାସରେ +୨ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ପରୀକ୍ଷା ପୂର୍ବରୁ ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିଦେ୍ର୍ଧଶ ଦିଆଯାଇଛି । ଏନେଇ ସମସ୍ତ ପରୀକ୍ଷା କେନ୍ଦ୍ର, ଉପକେନ୍ଦ୍ର, ପରୀକ୍ଷା ପରିଚାଳନା ହବ୍, ସେଲ୍ଫ ଫାଇନାନ୍ସିଂ କଲେଜ ଅଧ୍ୟକ୍ଷମାନଙ୍କୁ ନିଦେ୍ର୍ଧଶନାମା ଜାରି କରାଯାଇଛି ।
ସେଲ୍ଫ ଫାଇନାନ୍ସିଂ କଲେଜଗୁଡିକ ମାର୍ଚ୍ଚ ୧୫ସୁଦ୍ଧା ସିସିଟିଭି ଲଗାଇବାକୁ କୁହାଯାଇଥିବାବେଳେ ୧୭ସୁଦ୍ଧା ସେଲ୍ଫ ଫାଇନାନ୍ସିଂ କଲେଜଗୁଡିକ ସାମ୍ସ ୱେବ ସାଇଟରେ ସିସିଟିଭି କ୍ୟାମେରା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଅନ୍ୟପଟେ ମାର୍ଚ୍ଚ ୨୬ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଉଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ସିସିଟିଭି ଲଗେଇବାକୁ ନିଦେ୍ର୍ଧଶ ଦିଆଯାଇଛି ।
ଯଦି କୌଣସି କଲେଜ୍ ସିସିଟିଭି ଲଗାଇବାରେ ବିଫଳ ହୁଅନ୍ତି, ସେଠାକାର ପରୀକ୍ଷା କେନ୍ଦ୍ର ବାତିଲ କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।