ଜୀବନମନ୍ତ୍ର

ତୁଳସୀ ଗଛ ଆଣିଥାଏ ସୁଖ-ସମୃଦ୍ଧି : ଜାଣନ୍ତୁ ଲଗାଇବେ କେଉଁ ଦିଗରେ ?

ସତ୍ୟଶିଖା ୧ .୦୯ .୨୦୨ ୦ : ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଗଛ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ସେହିପରି ବାସ୍ତୁରେ ବିଭିନ୍ନ ଗଛଲତାର ଏକ ସ୍ଵତନ୍ତ୍ର ମହତ୍ୱ ରହିଥାଏ । ଯେପରି ତୁଳସୀ ଗଛ ବାସ୍ତୁ ଦୋ​ଷ ଦୂର କରିଥାଏ । ଏଥିପାଇଁ ତୁଳସୀ ଗଛ ଘରର ସେହି ସ୍ଥାନରେ ନିଶ୍ଚୟ ରଖିବା ଉଚିତ୍ ଯେଉଁଠାରେ ବାସ୍ତୁ ଦୋଷ ରହିଥିବ । ଆସନ୍ତୁ ଜାଣିବା ତୁଳସୀ ଗଛ ସହ ଜଡ଼ିତ ବାସ୍ତୁ ଟିପ୍ସ ।

  • ତୁଳସୀ ଗଛ ପାଇଁ ଉତ୍ତର,ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗ ବାଛିବା ଉଚିତ୍ । ଏହା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ ।
  • ଅନେକ ଲୋକ ତୁଳସୀ ଗଛକୁ ଘର ଅଗଣାର କେନ୍ଦ୍ରରେ ରଖି ଦେଇଥାନ୍ତି କିନ୍ତୁ ବାସ୍ତୁ ଅନୁସାରେ ତୁଳସୀ ଗଛକୁ ସବୁବେଳେ ଘରର ଯେକୌଣସି କୋଣରେ ରଖିବା ଉଚିତ୍ ।
  • ଯଦି ଆପଣ ଘରେ ଗୋଟିଏରୁ ଅଧିକ ତୁଳସୀ ଗଛ ଲଗାଇଥାନ୍ତି ତେବେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ୩,୫,୭ ଯୁଗ୍ମ ସଂଖ୍ୟାରେ ତୁଳସୀ ଗଛ ଲଗାଇବା ଉଚିତ୍ ।
  •  ଯେଉଁଠାରେ ତୁଳସୀ ଗଛ ଲଗା ହୋଇଥିବ ସେଠାରେ ଭୁଲରେ ମଧ୍ୟ ଝାଡ଼ୁ କିମ୍ବା ଡଷ୍ଟବିନ୍ ରଖିବା ଅନୁଚିତ୍ । ତୁଳସୀକୁ ଦେବତୁଲ୍ୟ କୁହାଯାଏ । ବାସ୍ତୁ ଦୃଷ୍ଟିରୁ ତୁଳସୀ ବହୁତ ଶୁଭ ଗଛ ଅଟେ ।
  • ଘରେ ସୁଖ ସମୃଦ୍ଧି ପାଇଁ ତୁଳସୀ ଗଛରେ ସନ୍ଧ୍ୟା ବେଳେ ଦୀପ ଜଳାନ୍ତୁ । ଏଥିରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ।
  • ଘରେ ଐଶାନ୍ୟ କୋଣରେ କୌଣସି ଧରଣର ବାସ୍ତୁ ଦୋଷ ଥିଲେ ଏହି ଦିଗରେ ତୁଳସୀ ଗଛ ଲଗାଇବା ଉଚିତ୍ ।
Show More
Back to top button