ଦେଶନ୍ୟୁଜ୍

ବିବାହ କଲେ ତେଜସ୍ୱୀ ଯାଦବ

ସତ୍ୟଶିଖା(ନୂଆଦିଲ୍ଲୀ) ୧୦.୧୨.୨୦୨୧:  ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କର ପିଲାଦିନର ବାନ୍ଧବୀ ରାଚେଲ ଆଇରିସଙ୍କୁ ବିବାହ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଫାର୍ମ ହାଉସରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ତେଜସ୍ୱୀଙ୍କ ପିତା ଲାଲୁପ୍ରସାଦ ଯାଦବ, ମା’ ରାବ୍ରୀ ଦେବୀ, ଭାଇ ତେଜପ୍ରତାପ ଯାଦବ, ପରିବାରର ଅନ୍ୟ ସଦସ୍ୟ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ଯୋଗଦେଇଥିଲେ। ତେଜସ୍ୱୀଙ୍କ ବିବାହ ଖବର ପହଞ୍ଚିବାପରେ ପାଟନାରେ ଦଳୀୟ କର୍ମୀ ଭୋଜିଭାତ ଆୟୋଜନ କରିଥିଲେ। ମିଳିଥିବା ଖବର ଅନୁଯାୟୀ ତେଜସ୍ୱୀଙ୍କ ପତ୍ନୀ ରାଚେଲ ଆଇରିସ ସାଧାରଣରେ ସେଭଳି ପରିଚିତା ନୁହଁନ୍ତି ଏବଂ ସେ ହରିଆଣାସ୍ଥିତ ଜଣେ ବ୍ୟବସାୟୀଙ୍କ କନ୍ୟା। ତେଜସ୍ୱୀ ନିଜର ବିବାହକୁ କେବଳ ପରିବାର ମଧ୍ୟରେ ସୀମିତ ରଖିବାକୁ ଚାହୁଁଥିବାରୁ ଏହାକୁ ନେଇ ସେଭଳି ଭବ୍ୟ ଆୟୋଜନ କରାଯାଇନଥିଲା। ସୂଚନାଯୋଗ୍ୟ ଯେ ତେଜସ୍ୱୀ ହେଉଛନ୍ତି ଲାଲୁ ଓ ରାବ୍ରୀଙ୍କର ଅଷ୍ଟମ ସନ୍ତାନ। ଏହି ଦମ୍ପତିଙ୍କର ମୋଟ ୯ ଜଣ ସନ୍ତାନ ସନ୍ତତି ଅଛନ୍ତି।

Show More
Back to top button