ଦେଶ

ଲଦାଖ ବିବାଦ: ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେରିକା ଓ ୟୁରୋପର ପରାମର୍ଶ

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ ଓ ଚାଇନ ସୃଷ୍ଟି ହୋଇଥିବା ବିବାଦ ଉପରେ ଏବେ ସମଗ୍ର ବିଶ୍ୱର ନଜର ରହିଛି। ଦୁଇ ଦେଶର ସେନା ବାହିନୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବାରୁ ଶାନ୍ତି ସ୍ଥାପନ ପାଇଁ ବିଭିନ୍ନ ଦେଶ ପକ୍ଷରୁ ନିବେଦନ କରାଯାଇଛି। ଏହିକ୍ରମରେ ଆମେରିକା ଓ ୟୁରୋପ ପକ୍ଷରୁ ବି ଭାରତ ଓ ଚାଇନାକୁ ଲଦାଖ ବିବାଦର ସମାଧାନ ପାଇଁ ସଂକଳ୍ପ ପାରିତ କରିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଆମେରିକା ପକ୍ଷରୁ କୁହାଯାଇଛି ଯେ “ଉଭୟ ଚାଇନା ଓ ଭାରତ ଉତ୍ତେଜନା ହ୍ରାସ କରିବାକୁ ରାଜିଥିବା ପୂର୍ବରୁ ଘୋଷଣା କରିସାରିଛନ୍ତି। ଆମେ ବର୍ତ୍ତମାନର ବିବାଦୀୟ ସ୍ଥିତିରେ ଏକ ଶାନ୍ତିପୂର୍ଣ୍ଣ ସଂକଳ୍ପ ଆଣିବା ସପକ୍ଷରେ ରହିଛୁ। ଭାରତ ଓ ଚାଇନା ମିଳିତ ଭାବେ ବିବାଦର ସମାଧାନ କରିବା ଦରକାର। ଆମେରିକା ପୂରା ସ୍ଥିତି ଉପରେ ନଜର ରଖିଛି।”

ୟୁରୋପ ୟୁନିଅନ ମୁଖପାତ୍ର କହିଛନ୍ତି, “ଭାରତ ଓ ଚାଇନା ଉଭୟ ନିଜ ନିଜ କାର୍ଯ୍ୟରୁ ବିରତ ରହିବା ଦରକାର। ଏଥିସହ ଉଭୟ ଦେଶର ସେନା ଉତ୍ତେଜନା ହ୍ରାସ କରିବାକୁ ପ୍ରୟାସ କରିବା ଉଚିତ। ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ଯଥାଶୀଘ୍ର ବିବାଦର ସମାଧାନ କରନ୍ତୁ। ପରସ୍ପରକୁ ବିଶ୍ୱାସ ନେଇ କାର୍ଯ୍ୟ କଲେ ଉକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିତା ଆସିପାରିବ।” ଏହାପୂର୍ବରୁ ଜାତିସଂଘ ଓ ବ୍ରିଟେନ ମଧ୍ୟ ଶାନ୍ତି ପାଇଁ ପରାମର୍ଶ ଦେଇଥିଲେ।

[ad_2]
Show More
Back to top button