ନ୍ୟୁଜ୍

ନୂଆଁଖାଇ ପାଇଁ ହେଲା ଲଗ୍ନ ନିରୂପଣ, ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ମାଙ୍କ ପୀଠରେ ହେବ ନବାନ୍ନ ଅର୍ପଣ l

ସତ୍ୟଶିଖା ୧୩ .୦୮.୨୦୨୦ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଆସନ୍ତା ୨୩ ତାରିଖ ରବିବାର ଦିନ ନୂଆଁଖାଇ ପାଇଁ ଲଗ୍ନ ନିରୂପଣ କରାଯାଇଛି । ସ୍ଥାନୀୟ ଝାଡୁଆପଡାସ୍ଥିତ ବ୍ରହ୍ମପୁରା ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାର ବୈଠକରେ ଲଗ୍ନ ଧାର୍ଯ୍ୟ ହୋଇଛି । ଭାଦ୍ରବମାସ ଶୁକ୍ଳପକ୍ଷ ପଂଚମୀ ତିଥି ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ନବାନ୍ନ ଲାଗି କରାଯିବ ।

ଗଣପର୍ବ ନୂଆଁଖାଇ ପାଇଁ ସମ୍ବଲପୁର ଝାଡୁଆପଡାର ବ୍ରହ୍ମପୁରା ମନ୍ଦିର ପରିସରରେ ଲଗ୍ନ ବାହାର କରାଯାଇଛି । ପାରମ୍ପରିକ ପୂଜାପରେ ପାଞ୍ଜି ଦେଖି ନୂଆଖାଇ ଲଗ୍ନ ଘୋଷଣା କରାଯାଇଛି । ଆସନ୍ତା ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ୨୩ ତାରିଖ ରବିବାର ଦିନ ସକାଳ ୯ଟା ୩୫ ମିନିଟ୍‌ରୁ ୯ଟା ୫୦ ମିନିଟ୍‌ ମଧ୍ୟରେ ତୁଳା ଲଗ୍ନରେ ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଅର୍ପଣ କରିବାକୁ ସ୍ଥିର ହୋଇଛି । ଏହି ସମୟ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି କରାଯିବ। ଏହାପରେ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଲୋକେ ନିଜ ନିଜ ଘରର ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ । ସେପଟେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଦୃଷ୍ଟିରେ ରଖି ସପ୍ତାହାନ୍ତ ସଟଡାଉନକୁ ବାତିଲ କରିଛନ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ ।

Show More
Back to top button