କ୍ଷତି ହୋଇଛି ୧ ଲକ୍ଷ କୋଟି ଟଙ୍କାର, ମୋଦି ଦେଲେ ୧୦୦୦ କୋଟି: ମମତା


କୋଲକାତା: ମହାବାତ୍ୟା ଅମ୍ଫାନ୍ ପାଇଁ ପଶ୍ଚିମବଙ୍ଗରେ ୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟାଞ୍ଚଳ ସମୀକ୍ଷା କରିବା ପରେ ୧୦୦୦ କୋଟି ଟଙ୍କାର ଜରୁରୀ କାଳୀନ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଟଙ୍କା ଆଡଭାନ୍ସ ନା ସମ୍ପୂର୍ଣ୍ଣ ପ୍ୟାକେଜ ତାହା ପ୍ରଧାନମନ୍ତ୍ରୀ ଘୋଷଣା ସ୍ପଷ୍ଟ କରି ନାହାନ୍ତି ବୋଲି ମମତା କହିଛନ୍ତି। ତେବେ ଏ ବାବଦରେ ପ୍ରଧାନମନ୍ତ୍ରୀ ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ହେଲେ ଏହି ଟଙ୍କା ଆଡଭାନ୍ସ ହୋଇପାରେ ବୋଲି ମମତା କହିଛନ୍ତି।
He (PM) announced Rs 1000 Crore for the emergency fund but he didn’t clarify whether it’ll be advance or a package. He said he’ll decide later on but he said it may be advance also. I said whatever you will give you decide, we’ll give you details: West Bengal CM Mamata Banerjee pic.twitter.com/rZZw2qibMI
— ANI (@ANI) May 22, 2020
ଆହୁରି ପଢ଼ନ୍ତୁ
ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ମୋଦି ବାତ୍ୟା ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନକୁ ଆକାଶମାର୍ଗରୁ ବୁଲି ଦେଖିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ମମତାଙ୍କ ସହିତ ବୈଠକ କରି ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିଥିଲେ। ପଶ୍ଚିମବଙ୍ଗ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହା ବାତ୍ୟା ପାଇଁ ଅଗ୍ରୀମ ସହାୟତା ବୋଲି ମୋଦି କହିଛନ୍ତି। ଆଗକୁ କ୍ଷୟକ୍ଷତି ଆକଳନ କରିବା ପରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଆଜି ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ବୁଲିବା ପରେ ମୋଦି ଏହି ଆର୍ଥିକ ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି।
ବାତ୍ୟା ଅମ୍ଫାନରେ ଏଯାବତ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ କେନ୍ଦ୍ରୀୟ ପାଣ୍ଠିରୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ। କ୍ଷୟକ୍ଷତିର ଆକଳନ ପାଇଁ ଖୁବଶୀଘ୍ର କେନ୍ଦ୍ରୀୟ ଟିମ ପଶ୍ଚିମବଙ୍ଗ ଆସିବେ ବୋଲି ଜଣାପଡ଼ିଛି।
[ad_2]