ରାଜ୍ୟ

ଶୌଚ ପାଇଁ ଯାଇଥିଲେ, ଆକ୍ରମଣ କଲା ଭାଲୁ

ପାଲଲହଡ଼ା (ରବି ନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅନ୍ତର୍ଗତ ରଞ୍ଜ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ପ୍ରମିଳା ପ୍ରଧାନ ( ୫୦)।

ଆହୁରି ପଢ଼ନ୍ତୁ

ଆଜି ସକାଳେ ପ୍ରମିଳା ଶୌଚ ହେବା ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ସେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ଅନୁଗୋଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରମିଳାଙ୍କ ମୁହଁ, ଆଖି ଓ ମୁଣ୍ଡରେ ଗଭୀରଆଘାତ ଲାଗିଛି।

[ad_2]
Show More
Back to top button