ନ୍ୟୁଜ୍

ମାଲକାନଗିରୀ ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଦୁଇ ଯବାନ ଗୁରୁତର

ସତ୍ୟଶିଖା ( ଭୁବନେଶ୍ୱର ) ୩୦ /୦୯ /୨୦୨୧: ମାଲକାନଗିରି ସୀମାନ୍ତରେ ଥିବା ଛତିଶଗଡ଼ର ବିଜପୁରରେ ଆଜି ଏକ ବଡ଼ ଧରଣର IED ବିସ୍ପୋରଣ ହୋଇଛି। ବିଜାପୁର ଜିଲ୍ଲା ମୋଦକପାଳ ଥାନାର ହଲଦାପଲ୍ଲା ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ଯେଉଁଥିରେ ୨ ଜଣ CRPF  ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନେ ହେଲେ ବଳାକୃଷ୍ଣ ଓ ସାନିଦୁଲ । କୋମ୍ବିଂ ଅପରେସନରେ ଯିବା ସମୟରେ ଏହି ବିସ୍ଫୋରଣ ହୋଇଛି। ଆହତ ଯବାନମାନେ CRPF 170  ବାଟାଲିୟନରେ କାର୍ଯ୍ୟରତ । ଉଭୟଙ୍କୁ ବିଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Show More
Back to top button