ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଶିଶୁଙ୍କୁ ଟୀକାକରଣରେ ଓଡିଶା ଏକ ନମ୍ବର

ସତ୍ୟଶିଖା(ଭୁବନେଶ୍ୱର) ୨୬.୧୧.୨୦୨୧:  ଓଡ଼ିଶା ପାଇଁ ଭଲ ଖବର । ପୁଣି ଆଉ ଏକ କ୍ଷେତ୍ରରେ ଓଡ଼ିଶା ବାଜି ମାରିଛି । ଶିଶୁଙ୍କୁ ଟୀକାକରଣରେ ଓଡିଶା ଏକ ନମ୍ବର। ଶିଶୁ ଟୀକାକରଣରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି । ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଥମ ସ୍ଥାନରେ ରହିଛି। ଏନେଇ ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି ।

ରାଜ୍ୟରେ ଏବେ ପର୍ୟ୍ୟନ୍ତ ୯୦.୫ ପ୍ରତିଶତ ଶିଶୁ ସମସ୍ତ ଟିକା ଗ୍ରହଣ କରିଛନ୍ତି। ସେହିଭଳି ୯୨.୨ ପ୍ରତିଶତ ଆନୁଷ୍ଠାନିକ ପ୍ରସବ ହୋଇଛି ।

Show More
Back to top button