ରାଜ୍ୟଶିକ୍ଷା

ରାଜରାସ୍ତାରେ ବାଣୀବିହାର ଛାତ୍ରଛାତ୍ରୀଙ୍କ ଗର୍ଜନ-‘ପିପିଲିରେ ରାଲି ହେଉଛି, ଆମକୁ କହୁଛନ୍ତି ହଷ୍ଟେଲ ଛାଡ଼’

ସତ୍ୟଶିଖା(ଭୁବନେଶ୍ୱର) ୦୯.୦୪.୨୦୨୧: ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବାଣିବିହାର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ଲମ୍ବ ଡିଆଁ ମାରି ୧୩ଶହ ପାଖାପାଖି ପହଞ୍ଚି ଯାଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ଖାଲି କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ହଷ୍ଟେଲ ବନ୍ଦ ନିର୍ଦ୍ଦେଶକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବାଣିବିହାରର ଶତାଧିକ ଛାତ୍ରଛାତ୍ରୀ । ବାଣୀବିହାର ମୁଖ୍ୟ ଫାଟକରେ ତାଲା ପକାଇ ଶତାଧିକ ଛାତ୍ରଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି  ନିର୍ଦ୍ଦେଶରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି  । ୧୨ ତାରିଖ ସୁଦ୍ଧା ଚତୁର୍ଥ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି ୧୬ ତାରିଖ ସୁଦ୍ଧା ପ୍ରଥମ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ। ହେଲେ କୌଣସି ପରିସ୍ଥିତିରେ ହଷ୍ଟେଲ ଛାଡ଼ିବାକୁ ରାଜି ହେଉ ନାହାନ୍ତି ଛାତ୍ରଛାତ୍ରୀ। ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀମାନେ କହିଛନ୍ତିଯେ “ସରକାର କ’ଣ ଚାହୁଁଛନ୍ତି ଆମେ ମୁର୍ଖ ହୋଇଯାଉ। ଦୀର୍ଘ ୧୦ ମାସ ହେଲା ଘରେ ବସି ଏବେ କଲେଜକୁ ଫେରିଥିବା ବେଳେ ପୁଣି ଥରେ କହୁଛନ୍ତି ଘରକୁ ପଳା। ଘରେ କରିବୁ କ’ଣ। ଆମ ଭବିଷ୍ୟତ ପୂରା ଅନ୍ଧକାର ହୋଇଗଲା।”

Show More
Back to top button