ଜୀବନମନ୍ତ୍ରଦେଶନ୍ୟୁଜ୍ବିଦେଶସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ଦାନ୍ତ ଘଷିବାବେଳେ ଟୁଥବ୍ରଶ୍ ଗିଳିଦେଲେ ମହିଳା : ତା’ପରେ….

ସତ୍ୟଶିଖା (ମକ୍କା) ୩/୧୧/୨୦୨୦ : ସାଉଦି ଆରବରେ ଡାକ୍ତରଙ୍କ ଏକ ଟିମ୍ ଅପରେସନ କରି ମହିଳାଙ୍କ ପେଟରୁ ଟୁଥବ୍ରଶ୍ ବାହାର କରିଛନ୍ତି । ସୂଚନା ଅନୁଯାୟୀ ଟୁଥବ୍ରଶ୍ ଗିଳିଥିବା ମହିଳାଙ୍କ ଚିକିତ୍ସା ‘ଏଓ୍ବାନ୍ ନୂର ହସ୍ପିଟାଲ୍’ରେ ହୋଇଛି । ପେଟରୁ ଟୁଥବ୍ରଶ୍ ବାହାର କରାଯିବା ପରେ ମହିଳା ନିଜେ କହିଥିଲେ ଯେ ପ୍ରକୃତରେ ଟୁଥବ୍ରଶ୍ କିପରି ତାଙ୍କ ପେଟରେ ଚାଲି ଯାଇଥିଲା ।୨୦ବର୍ଷ ବୟସ୍କା ମହିଳା ହସ୍ପିଟାଲର ଏମରଜେନ୍ସି ଡିପାର୍ଟମେଣ୍ଟର ଡାକ୍ତରଙ୍କୁ କହିଥିଲେ ଯେ ବ୍ରଶ୍ କରିବା ସମୟରେ ସେ ହଠାତ୍ ଟୁଥବ୍ରଶ୍ ଗିଳି ଦେଇଥିଲେ । ବ୍ରଶ୍ ଖସି ଯାଇ ହଠାତ୍ ତାଙ୍କ ଗଳାରେ ପହଞ୍ଚି ଯାଇଥିଲା । ସେ ବ୍ରଶକୁ ବାହାରେ ଟାଣିବାକୁ ଉଦ୍ୟମ କରିଥିଲେ କିନ୍ତୁ ଭୁଲରେ ତାହା ଗଳା ରାସ୍ତାରେ ପେଟ ଯାଏଁ ଚାଲିଯାଇଥିଲା ।ମହିଳା ହସ୍ପିଟାଲକୁ ଆସିବା ପରେ ତାଙ୍କ ମେଡିକାଲ୍ ପରୀକ୍ଷା,ଏକ୍ସ-ରେ ଏବଂ ସିଟି ସ୍କାନ୍ କରାଯାଇଥିଲା । ଏହା ପରେ ଡାକ୍ତର ମହିଳାଙ୍କୁ ଅପରେସନ ଥିଏଟର ନେଇ ଆସିବା ପରେ ଜମା ବିଳମ୍ବ କରି ନଥିଲେ। ପାଖାପାଖି ୨୦ମିନିଟରେ ଡାକ୍ତରଙ୍କ ଟିମ୍ ଗ୍ୟାଷ୍ଟୋକପି ଜରିଆରେ ମହିଳାଙ୍କ ପେଟରେ ଯାଇଥିବା ଟୁଥବ୍ରଶ୍ ଖୋଜି ନେଇଥିଲେ । ମହିଳାଙ୍କ ପେଟରୁ ଟୁଥବ୍ରଶ୍ ସଫଳତାପୂର୍ବକ ବାହାର କରାଯାଇ ସାରିଛି ଏବଂ ସେ ପୂରାପୂରି ସୁସ୍ଥ ଅଛନ୍ତି ।

Show More
Back to top button