ଦେଶନ୍ୟୁଜ୍ବିଦେଶରାଜ୍ୟ

ପୁଲୱାମାରେ ଯବାନଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ

ସତ୍ୟଶିଖା ୦୨/୦୧/୨୦୨୧ : ଜାମ୍ମୁ କାଶ୍ମୀରରେ ଶନିବାର ଦିନ ଆତଙ୍କବାଦୀ ଗ୍ରେନେଡ୍ ଜରିଆରେ ସୁରକ୍ଷାବଳ ଉପରେ ହମଲା କରିଛନ୍ତି । ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଯବାନଙ୍କ ଉପରକୁ ୬ଟି ଗ୍ରେନେଡ୍ ବୋମା ଫୋପାଡ଼ିଥିଲେ । ଘଟଣା ତ୍ରାଲ୍ ବସ୍ ଷ୍ଟାଣ୍ଡରେ ଘଟିଛି । ଏଥିରେ ୮ଜଣ ନାଗରିକ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଗତ କିଛି ସମୟ ଧରି ଯବାନଙ୍କ ଉପରକୁ ଗ୍ରେନେଡ୍ ହମଲା ବଢି ଚାଲିଛି । ଅବନ୍ତିପୁରା ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ପୁଲୱାମା ଜିଲ୍ଲା ତ୍ରାଲରେ ହୋଇଥିବା ଗ୍ରେନେଡ଼ ହମଲାରେ ୮ଜଣ ନାଗରିକ ଆହତ ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ସେ କହିଛନ୍ତି ଯେ ଆତଙ୍କବାଦୀ ଯବାନଙ୍କ ଉପରକୁ ଗ୍ରେନେଡ୍ ମାଡ କରିଥିଲେ କିନ୍ତୁ ତାହା ନାଗରିକଙ୍କ ପାଖରେ ପଡିଥିଲା । ଯାହାଫଳରେ ସାଧାରଣ ନାଗରିକ ଆହତ ହୋଇଥିଲେ । ଆତଙ୍କବାଦୀଙ୍କୁ କାବୁ କରିବାକୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

Show More
Back to top button