ସ୍ୱାସ୍ଥ୍ୟ

ଶୁଖିଲା ତୁଳସୀପତ୍ରର ଚମତ୍କାରୀ ଲାଭ…

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କୁ ଖୁବ ପବିତ୍ର କୁହାଯାଏ। ତୁଳସୀଙ୍କ ବିନା ପୂଜା ସମ୍ପୂର୍ଣ୍ଣ ହୋଇନଥାଏ ବୋଲି ମାନ୍ୟତା ରହିଛି। ନିୟମିତ ତୁଳସୀଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଓ ସନ୍ଧ୍ୟା ସମୟରେ ଦୀପ ଲଗାଇବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଏହା ବ୍ୟତୀତ ଶୁଖିଲା ତୁଳସୀପତ୍ରର ମଧ୍ୟ ଖୁବ ଅଧିକ ମହତ୍ତ୍ୱ ରହିଛି। ଜାଣନ୍ତୁ….
ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣଙ୍କୁ ଶୁଖିଲା ତୁଳସୀପତ୍ର ଖୁବ ପ୍ରିୟ। ଗୋଟିଏ ତୁଳସୀ ପତ୍ରର ବ୍ୟବହାର ୧୫ ଦିନ ଯାଏଁ ଭଗବାନଙ୍କ ଭୋଗରେ ବ୍ୟବହାର କରାଯାଇ ପାରେ।
ଭଗବାନ କୃଷ୍ଣଙ୍କୁ ସ୍ନାନ କରାଇବା ସମୟରେ ଶୁଖିଲା ତୁଳସୀପତ୍ର ସେହି ଜଳରେ ପକାନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହେବା ସହ ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ଶୁଖିଲା ତୁଳସୀ ପତ୍ରକୁ ଲାଲ ରଙ୍ଗ କପଡାରେ ବାନ୍ଧି ଆଲମିରା କିମ୍ବା ଧନ ରଖିବା ସ୍ଥାନରେ ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ।
ତୁଳସୀର ଶୁଖିଲାପତ୍ରକୁ ଗଙ୍ଗା ଜଳରେ ପକାଇ ଘରେ ଛିଞ୍ଚନ କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।

Show More
Back to top button