ବିଦେଶ

ଲଣ୍ଡନରେ ଖୋଲିଲା ଭାସମାନ ସନ୍ତରଣାଗାର

ସତ୍ୟଶିଖା(ଲଣ୍ଡନ ) ୦୨.୦୬.୨୦୨୧:   ଲଣ୍ଡନରେ ଉଦଘାଟିତ ହୋଇଛି ଏକ ସ୍ୱଚ୍ଛ ସନ୍ତରଣ ପୁଷ୍କରିଣୀ। ଏହା ଭାସମାନ ଅବସ୍ଥାରେ ମଧ୍ୟ ରହିଛି। ଏହାକୁ ବିଶ୍ୱର ପ୍ରଥମ ଭାସମାନ ସନ୍ତରଣ ପୁଷ୍କରିଣୀର ମାନ୍ୟତା ମିଳିଛି। ‘ସ୍କାଏ ପୁକ୍‍’ ନାମକ ଏହି ସନ୍ତରଣ ପୁଷ୍କରିଣୀର ଲମ୍ବ ୮୨ ଫୁଟ ଏବଂ ଏହା ଏକ ରାସ୍ତା ଉପରେ ୧୧୫ ଫୁଟ ଉଚ୍ଚତାରେ ରହିଛି। ରାସ୍ତା ଦୁଇ ପାଶ୍ୱର୍ରେ ଥିବା ଦୁଇଟି ସୁଉଚ୍ଚ ଅଟ୍ଟାଳିକାର ୧୦ମ ମହଲାକୁ ଦୁଇପଟେ ଏହା ସଂଯୁକ୍ତ ହୋଇଚି। ଦକ୍ଷିଣ ପଶ୍ଚିମ ଲଣ୍ଡନର ନାଇନ ଏଲମ୍ସଠାରେ ନିର୍ମାଣ କରାଯାଇଛି ଏହି ପୁଷ୍କରିଣୀ। ଉଦଘାଟନ ପରେ ଏଠାକୁ ସନ୍ତରଣକାରୀ ଆସିବା ଆରମ୍ଭ କରିଛନ୍ତି ଏବଂ ସାମାଜିକ ଗଣମାଧ୍ୟମରେ ଏହାର ଫଟୋ ବହୁଳ ପ୍ରସାରିତ ହେବାରେ ଲାଗିଛି। ପ୍ରାପ୍ତ ରିପୋର୍ଟ ଅନୁଯାୟୀ ଷ୍ଟ୍ରକଚରାଲ ଇଂଜିନିୟର ଏକର୍ସଲେ ଓ’ କାଲାଘାନ ଏହାକୁ ନିର୍ମାଣ କରିଛନ୍ତି। ଏଥିରେ ୫୦ ଟନ୍‍ ଓଜନର ବା ୧,୪୮,୦୦୦ ଲିଟର ପାଣି ରହିପାରିବ।

Show More
Back to top button