ଦେଶବାଣିଜ୍ୟ

ପୁରୁଣା ଗାଡି ସ୍କ୍ରାପ କରି ନୂଆ ଗାଡି କିଣିଲେ ମିଳିବ ୫ ପ୍ରତିଶତ ରିହାତି: ଗଡକରୀ

ସତ୍ୟଶିଖା(ନୂଆଦିଲ୍ଲୀ) ୦୮.୦୩.୨୦୨୧: କିଛିଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁରୁଣା ଓ ଅଯୋଗ୍ୟ ଗାଡିକୁ ସ୍କ୍ରାପିଂ କରାଇବା ନେଇ ଏକ ପଲିସି ଘୋଷଣା କରିଥିଲେ । ଲୋକମାନେ ଏହି ନିୟମକୁ ଅପେକ୍ଷା କରିଥିବା ବେଳେ ଏବେ ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଏକ ନୂଆ ଘୋଷଣା କରିଛନ୍ତି । ଗଡକରୀଙ୍କ ଘୋଷଣା ମୁତାବକ ସ୍କ୍ରାପିଂ ନୀତି ଅପଣାଉଥିବା ଲୋକ ନୂଆଗାଡି କିଣିଲେ ତାଙ୍କୁ ୫ ପ୍ରତିଶତ ରିହାତି ମିଳିବ । ଅର୍ଥମନ୍ତ୍ରୀଙ୍କ ଘୋଷଣା ଥିଲା କି ସ୍କ୍ରାପିଂ ପାଇଁ ଘରୋଇ ଯାନ ୨୦ ବର୍ଷ ଓ ବ୍ୟବସାୟିକ ଯାନର ସମୟ ସୀମା ୧୫ ବର୍ଷ ରହିଛି । ଏହାସହ ନିତୀନ ଗଡକରୀ କହିଛନ୍ତି କି ଏହି ନୀତି ୪ ଭାଗରେ ବିଭକ୍ତ କରାଯାଇଛି । ପ୍ରଦୁର୍ଷଣ କରୁଥିବା ଗାଡି ମାନଙ୍କ ଉପରେ ଗ୍ରୀନ ଟ୍ୟାକ୍ସ ଓ ଅନ୍ୟ ଟ୍ୟାକ୍ସର ପ୍ରାବଧାନ ରହିଛି । ଏହାସହ ଏହି ଗାଡିଗୁଡିକ ରାସ୍ତାରେ ଚାଲିବାକୁହେଲେ ଫିଟନେସ୍ ଓ ପ୍ରଦୁର୍ଷଣ ପରୀକ୍ଷଣର ଆବଶ୍ୟକତା ରହିଛି    । ଏନେଇ ଦେଶରେ ସ୍ୱଚାଳିତ ଫିଟନେସ୍ କେନ୍ଦ୍ରର ଆବଶ୍ୟକତା ରହିଛି ଓ ଏନେଇ ସରକାର କାମ ଆରମ୍ଭ କରିଦେଇଛନ୍ତି ବୋଲି ସେ କହିଛନ୍ତି । ଗଡକରୀଙ୍କ ସୂଚନା ମୁତାବକ ଏହି ସ୍ୱଚାଳିତ ଫିଟନେସ୍ ପରୀକ୍ଷଣ କେନ୍ଦ୍ର ସରକାର ଓ ଘରୋଇ କମ୍ପାନୀର ସହଭାଗିତାରେ ନିର୍ମାଣ କରାଯିବ    । ଯେଉଁ ଗାଡିଗୁଡିକ ସ୍ୱଚାଳିତ ଫିଟନେସ୍ ପରୀକ୍ଷାରେ ଫେଲ୍ ହେବେ ସେହି ଗାଡି ଗୁଡିକୁ ରାସ୍ତାରେ ଚଲାଇଲେ ମାଲିକ ମାନଙ୍କୁ ଫାଇନ୍ ଦେବାକୁ ପଡିବ । ଏନେଇ ସେ କହିଛନ୍ତି କି ଏହି ଆଇନ ଲାଗୁ ହେବା ପରେ ଦେଶରେ ଅନେକ ଗାଡି କବାଡିଖାନାକୁ ଚାଲିଯିବ । ଫଳରେ ବାହାନ ନିର୍ମାଣ କମ୍ପାନୀ ମାନଙ୍କୁ ଅଧିକ ବାହାନ ନିର୍ମାଣ କରିବାକୁ ପଡିବ ଓ ଅଧିକ ଲୋକଙ୍କୁ ରୋଜଗାର ମିଳିବ ।

Show More
Back to top button