

ସତ୍ୟଶିଖା(ନାରାୟଣପାଟଣା )୨୫.୦୬. ୨୦୨୨ : ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। ମାତ୍ର ଘଟଣା ସତ୍ୟ। ଦୀର୍ଘ ୨୪ ବର୍ଷ ଧରି ଆଇନଗତ ଲଢେଇ ପରେ ଶେଷରେ ନ୍ୟାୟାଳୟରୁ ତାଙ୍କୁ ମିଳିଛି ସଫଳତା। ହେଲେ ଗଡି ଯାଇଛି ବୟସ। ଭିକ୍ଷାବୃତ୍ତି କରି ଜୀବନ ଜୀଉଁଥିବା ଜଣେ ବ୍ୟକ୍ତିଙ୍କୁ ବୟସର ଅପରାହ୍ଣରେ ମିଳିଛି ଶିକ୍ଷକ ଚାକିରି। ସବୁଠୁ ବିସ୍ମିତ ହେଲା ଭଳି ଘଟଣା ହେଲା ସେ ନିଜେ ଏହି ନ୍ୟାୟିକ ଲଢେଇରେ ଜିତିଛନ୍ତି ବୋଲି ଜାଣି ନଥିଲେ। ଗାଁର ଯୁବକମାନେ ଏ ସଂପର୍କରେ ସରକାରୀ ୱେବ୍ସାଇଟ୍ରୁ ସୂଚନା ପାଇ ଏହି ଭିକ୍ଷୁକଙ୍କୁ ଜଣାଇଥିଲେ। ଭିକ୍ଷା ଥାଳ ଛାଡ଼ି ଏବେ ଚକ୍ ଓ ଡଷ୍ଟର ଧରିଛନ୍ତି ସୀମାନ୍ତ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲାର ପାତାପାଟଣା ମଣ୍ଡଳର ସିଦି ଗ୍ରାମର ୫୫ ବର୍ଷୀୟ ଆଲାକା କେଦାରେଶ୍ବର।